Saturday , June 10 2023
Breaking News
Home / ବିଶେଷ / ଭୁବନେଶ୍ୱର ଓ ପୁରୀରେ ବାୟୁସେନା ର ଏୟାର ଶୋ’

ଭୁବନେଶ୍ୱର ଓ ପୁରୀରେ ବାୟୁସେନା ର ଏୟାର ଶୋ’

ଭୁବନେଶ୍ୱର,୦୪ /୦୯/୨୦୨୨(ଓଡ଼ିଶା ସମାଚାର)-ଓଡ଼ିଶାରେ ହେବ ଏୟାର ଶୋ’। ଭାରତୀୟ ବାୟୁସେନାର ସୂର୍ଯ୍ୟ କିରଣ ଏରୋବେଟିକ୍ ଟିମ୍ ଭୁବନେଶ୍ୱର ଏବଂ ପୁରୀରେ ଡେୟାରଡେଭିଲ୍ ଶୋ’ ପ୍ରଦର୍ଶନ କରିବେ। ଚଳିତ ମାସ ୧୬ ତାରିଖ ଦିନ ଭୁବନେଶ୍ୱରର କୁଆଖାଇ ନଦୀ ପଠା ଏବଂ ୧୮ ତାରିଖରେ ପୁରୀ ବେଳାଭୂମି ଉପରେ ସୂର୍ଯ୍ୟକିରଣ ଟିମ୍ ବିମାନ ଉଡ଼ାଣ ଭରିବ। ଏୟାର ଶୋ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ସାଧାରଣ ବିମାନ ଚଳାଚଳକୁ ବନ୍ଦ ରଖାଯିବ। ଭୁବନେଶ୍ୱରର ଏୟାର ସ୍ପେଶ୍ କୁ ବନ୍ଦ କରି ଦିଆଯିବ ବୋଲି ବିଜୁ ପଟ୍ଟନାୟକ ଅନ୍ତର୍ଜାର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ର ଏକାଧିକ ଛୋଟ ବିମାନ ଏବଂ ହେଲିକେପ୍ଟର ଏହି ଶୋ’ରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରାୟ ୨୦ ମିନିଟ୍ ଧରି ଏହି ବିମାନଗୁଡ଼ିକ ଭଳିକି ଭଳି ଦୁଃସାହସିକ ଉଡ଼ାଣ କଳାକୌଶଳ ପ୍ରଦର୍ଶନ କରିବେ। ୨୦୧୬ ଡିସେମ୍ବର ୨୩ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ କଟକର କାଠଯୋଡ଼ି ନଦୀ ପଠାସ୍ଥିତ ଗଣକବି ବୈଷ୍ଣବ ପାଣି ପାର୍କଠାରେ ଭାରତୀୟ ବାୟୁସେନା ପକ୍ଷରୁ ଆକାଶ ଗଙ୍ଗା, ସୂର୍ଯ୍ୟକିରଣ ଓ ସାରଙ୍ଗର ଉଡ଼ାଣକୌଶଳ ପ୍ରଦର୍ଶନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ସମେତ ପ୍ରାୟ ୧୦ ହଜାର ଜନସାଧାରଣ ଉପସ୍ଥିତ ରହି ଦୁର୍ଦ୍ଧର୍ଷ ବିମାନ ଉଡ଼ାଣର କଳାକୌଶଳ ଦେଖିଥିଲ। ୧୯୯୬ ମସିହାରେ ସୂର୍ଯ୍ୟକିରଣ ଏରୋବେଟିକ୍  ଗଠନ କରାଯାଇଥିଲା। ଭାରତୀୟ ବାୟୁସେନାର ୫୨ତମ ସ୍କ୍ୱାର୍ଡନରେ ଏହାକୁ ସାମିଲ କରାଯାଇଛି। କର୍ଣ୍ଣାଟକର ବିଦର ଏୟାର ଫୋର୍ସ ଷ୍ଟେସନ୍ ରେ ଏହାର ମୁଖ୍ୟାଳୟ ରହିଛି। ପୂର୍ବରୁ ଏହି ଟିମ୍ ରେ ଏଚ୍ ଏଏଲ୍ ଏଚ୍ ଜେ ଜେଟି-୧୬ କିରନ୍ ଏମ୍ କେ କେ-୨ ମିଲିଟାରୀ ଟ୍ରେନିଂ ଏୟାରକ୍ରାପ୍ଟ ବ୍ୟବହାର ହେଉଥିଲା। ୨୦୧୭ ପରଠାରୁ ଏହି ଟିମ୍ ରେ ଶକ୍ତିଶାଳୀ ହକ୍ ଏମ୍ କେ କେ-୧୩୨ ଏୟାରକ୍ରାଫ୍ଟ ବ୍ୟବହାର ହେଉଛି। ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ସମେତ ବିଭିନ୍ନ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ବିମାନ ଶୋ’ ପ୍ରଦର୍ଶନ କରିଥାଏ।

Leave a Reply

Your email address will not be published.