Thursday , June 8 2023
Breaking News
Home / କୃଷି / ପ୍ରକୃତ ଚାଷୀ ଖରିଫ ଧାନ ପାଇଁ ନାମ ପଞ୍ଜିକରଣରୁ ବଞ୍ଚିତ

ପ୍ରକୃତ ଚାଷୀ ଖରିଫ ଧାନ ପାଇଁ ନାମ ପଞ୍ଜିକରଣରୁ ବଞ୍ଚିତ

  ନିରାକାରପୁର,୦୪ /୦୯/୨୦୨୨(ଓଡ଼ିଶା ସମାଚାର)-  ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଖରିଫ୍ ଧାନ ଫସଲ ପାଇଁ ଚାଷୀ ପଞ୍ଜିକରଣ ସମୟ ଅବଧି ଶେଷ ହୋଇଗଲା, କିନ୍ତୁ ପ୍ରକୃତ ପକ୍ଷେ ସମୀକ୍ଷା କରି ଦେଖିଲେ ଚଳିତ ବର୍ଷ ବିଳମ୍ବରେ ବର୍ଷା ହେବାରୁ, ଚାଷୀ ରୁଆରୋଇ ବେଉଷଣ,ତଳିପକାଇବା କାମରେ ବ୍ୟସ୍ତ ରହିଲା।ତା ପଛେ ପଛେ ଲଘୁଚାପ ଜନିତ ବର୍ଷା ଯୋଗୁଁ, ବନ୍ୟା ପରିସ୍ଥିତି ସୃଷ୍ଟି ହେଲା, ସେଥିରେ ଅନେକ କ୍ଷତି ହେଲା, ବନ୍ୟା ଜଳ କମିବା ପରେ,ପୁଣି ବର୍ଷା ଏକବାରେ ଛାଡ଼ି ଗଲା, ନିର୍ଘାତ ଖରାରେ ଜମିବାଡ଼ି ଫାଟି ଆଁ କଲାଣି। ଯାବତୀୟ ପ୍ରାକୃତିକ ପ୍ରତିବନ୍ଧକକୁ ସାମନା କରି, ଚାଷୀ ତା ଜମି କାମରେ ବ୍ୟସ୍ତ ରହିଛି। ଠିକ୍ ସେତିକି ବେଳକୁ ରାଜ୍ୟ ସରକାର ଘୋଷଣା କଲେ,ସମବାୟ ସମିତି ରେ ଖରିଫ୍ ଧାନ ପାଇଁ ଚାଷୀର ନାମ ପଞ୍ଜିକରଣ। ସୁତରାଂ ସବୁ ଗାଁ ରେ ଛାଡ଼, ଏବେବି ସବୁ ପଞ୍ଚାୟତରେ ସମବାୟ ସମିତି ନାହିଁ। ଯଦ୍ୱାରା ଚାଷୀ ନିଜ ଗାଁ ଠାରୁ ୪/୫କିମି ଗଲେ।ସମବାୟ ସମିତି ରେ ନାମ ଦରଜ କରିବ।ଏଇଠି ବିଚାର କରିବା କଥା, ଗୋଟେ ଦିନ ବନ୍ଦ ରହିଲେ ଯାଇ,ନାମ ପଞ୍ଜିକରଣ ହେବ। କାରଣ ଗଲାବେଳକୁ ସମିତି ସଂପାଦକ ଥିଲେ ତ,ନାମ ଦରଦ କରିବ। ଅପେକ୍ଷା କରି ବସିଲେ ଯାଇ ହେବ।ସେଥିରେ ପୁଣି ଗ୍ୟାରେଣ୍ଟି ନାହିଁ।ସମବାୟ ସମିତି ଦଉଡି ଦଉଡି ଅନେକ ଚାଷୀ, ବିରକ୍ତ ହୋଇ ଫେରିଛନ୍ତି। ଯେଉଁ ସମୟରେ ଚାଷୀକୁ ଖାଇବା ପିଇବା ଦୂରେ ଥାଉ,ମରିବାକୁ ସମୟ ନାହିଁ।ସେଇ ସମୟରେ ଚାଷୀ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ବସି ରହିବା।ପ୍ରକୃତ ଚାଷୀ ପକ୍ଷରେ ଅସମ୍ଭବ। ସରକାର ଗୋଟେ ସର୍ଭେ କରି ଦେଖିନିଅନ୍ତୁ, ଗତବର୍ଷ କେତେ ଚାଷୀ ନାମ ପଞ୍ଜିକରଣ କରିଥିଲେ। ଏବର୍ଷ କେତେ କରିଛନ୍ତି।ଆଉ କେତେ ବାକି ରହିଲେ।ସମୟ ଅବଧି ଭିତରେ ଯେତିକି ଚାଷୀ ନାମ ପଞ୍ଜିକରଣ କରିପାରି ନାହାନ୍ତି। ସେଇମାନେ ପ୍ରକୃତ ଚାଷୀ।ତେଣୁ ସମ୍ବେଦନଶୀଳ ହୋଇ, ସହୃଦୟତାର ସହ ସମ୍ପୃକ୍ତ ଚାଷୀମାନଙ୍କୁ ନାମ ପଞ୍ଜିକରଣ କରିବା ନିମନ୍ତେ ସରକାର ସୁଯୋଗ ଦେବାକୁ,କୃଷକ ନେତା ଶ୍ରୀ ମୀନକେତନ ଦାସ, ଦୃଢ଼ ଦାବି କରିଛନ୍ତି।

Leave a Reply

Your email address will not be published.