ଭୁବନେଶ୍ୱର,୦୪/୦୯/୨୦୨୨(ଓଡ଼ିଶା ସମାଚାର)-ଆସନ୍ତା ସେପ୍ଟେମ୍ବର ୨୩ତାରିଖରେ ରାଜଧାନୀର ପୁରାତନ ତଥା ଅଗ୍ରଣୀ ସେବା ଅନୁଷ୍ଠାନ ଜନ କଲ୍ୟାଣ କ୍ଲବର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ । ଏନେଇ ପ୍ରସ୍ତୁତି ବୈଠକ ୟୁନିଟ୍ ୯ସ୍ଥିତ କ୍ଲବର ଜନ କଲ୍ୟାଣ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ନଟବର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କ୍ଲବର ପୁରାତନ ସଭ୍ୟମାନଙ୍କ ସହ ଆଲୋଚନା କରାଯିବା ସହ ଅଧିକ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ମତ ନିଆଯାଇଥିଲା । କ୍ଲବର ମହାସଚିବ ରବିନ୍ଦ୍ର ମହାପାତ୍ର ୫୦ତମ ସ୍ୱନକ୍ଷେତ୍ର ଉତ୍ସବ ସମ୍ପର୍କରେ ମତ ରଖିଥିଲେ । ଦିର୍ଘ ବର୍ଷ ଧରି ରାଜଧାନୀରେ ସେବା ମୂଳକ କାର୍ଯ୍ୟ ପାଇଁ ବହୁ ସମ୍ମାନ ଅର୍ଜନ କରିଛି ବୋଲି କହିଥିଲେ । ଏଥିରେ ଗୌରାଙ୍ଗ ନାୟକ, ରବିନ୍ଦ୍ର ପାଢ଼ୀ, ଉମେଶ ନାୟକ ଓ ବହୁ ସଭ୍ୟ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର