ଆହେ ଗୁରୁଦେବ ତୁମେ ଗୁରୁ ଶ୍ରେଷ୍ଠ, ପଥ ପ୍ରଦର୍ଶକ ତୁମେ ।
ଭକତି ଅନ୍ତରେ ତବ ଶ୍ରୀ ପୟରେ, ଭକତି କୁସୁମ ଢାଳେ ।।
ତୁମରି ଆସି ସେ ବହେ ଜ୍ଞାନ ଗଙ୍ଗା
ଜ୍ଞାନ ର ଆଲୋକେ ଆଲୋକିତ ଧରା
ଅନ୍ଧାର କୁ ଦିଅ ——– ନାସି ।୧।
ଆହେ ଗୁରୁଦେବ ତୁମେ ଗୁରୁ ଶ୍ରେଷ୍ଠ, ପଥ ପ୍ରଦର୍ଶକ ତୁମେ ।
ମାଗେ ସୁଭାଶୀଷ ଯୋଡି ବେନି କର, ଅମୃତ ଭାବନା ବହେ ।।
ତୁମରି ପରଶେ ମାଟି ହୁଏ ସୁନା
ଶାମୁକା ଗରଭେ ମିଳଇ ମୁକୁତା
ହତାଶ କୁ ଦିଅ ————— ଶକ୍ତି ।। ୨ ।।
ଆହେ ଗୁରୁଦେବ ତୁମେ ଗୁରୁ ଶ୍ରେଷ୍ଠ, ପଥ ପ୍ରଦର୍ଶକ ତୁମେ ।
ଢାଳି କୃପା ଭିକ୍ଷା ଦିଅ ମୋତେ ଦୀକ୍ଷା, ସାଶ୍ୱତ ଜୀବନ ଚାହେଁ ।।
ତୁମରି ଆଦର୍ଶରେ ପଙ୍ଗୁ ଲଙ୍ଗେ ଗିରି
ମୁକ୍ତ ଆକାଶରେ ବିହଙ୍ଗ ମ ପରି
ଜୀବନ କୁ ଦିଅ ————— ମୁକ୍ତି ।। ୩ ।।
ଆହେ ଗୁରୁଦେବ ତୁମେ ଗୁରୁ ଶ୍ରେଷ୍ଠ, ପଥ ପ୍ରଦର୍ଶକ ତୁମେ ।
ଭକତି ଅନ୍ତରେ ତବ ଶ୍ରି ପୟରେ, ଭକତି କୁସୁମ ଢାଳେ ।।
-୦-
ସହକାରୀ ଶିକ୍ଷକ , ସରକାରୀ ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ କଳାହାଣ୍ଡି