ଗରଦପୁର, ୦୪/୦୯/୨୦୨୨(ଓଡ଼ିଶା ସମାଚାର)- ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ତରଫରୁ କେନ୍ଦ୍ରାପଡ଼ା ଜିଲା ସ୍ତରୀୟ ସଂସ୍କୃତ ସମାରୋହ ଗରଦପୁର ବ୍ଲକ୍ ଅଧିନସ୍ଥ କଳାବୁଦା ଉଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଶରତ କୁମାର ପାଣି ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସରପଂଚ ପ୍ରଜ୍ଞା ପ୍ରିୟଦର୍ଶିନୀ ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ସଂସ୍କୃତ ଆମ ସଂସ୍କୃତି ସହିତ ଜଡ଼ିତ ଥିବାରୁ ସଂସ୍କୃତର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଏବିଇଓ ଗତିକୃଷ୍ଣ ଦାଶ , ପାଟକୁରା ନୋଡ଼ାଲ ସ୍କୁଲ ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ,ପ୍ରଧାନ ଶିକ୍ଷକ ଗୋପବନ୍ଧୁ ମିଶ୍ର ଯୋଗଦେଇ ଆଦିଭାଷା ସଂସ୍କୃତର ଉନ୍ନତି ପାଇଁ ଆହ୍ୱାନ ଦେଇଥିଲେ । ସମାରୋହରେ ମୁଖ୍ୟ ବକ୍ତା ଭାବରେ ଉତ୍କଳ ଶିକ୍ଷକ ମହାସଂଘ ସମ୍ପାଦକ ଡ଼ କୁମାର ଚନ୍ଦ୍ର ମିଶ୍ର , ରାଜ୍ୟ ସଂଯୋଜକ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ସଂସ୍କୃତ ବଂଚିଲେ ସଂସ୍କୃତି ବଂଚିବ ବୋଲି ମତ ପ୍ରକାଶ କରିଥିଲେ । ଏଥିରେ ଜିଲାର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ମାନଙ୍କୁ ଏବଂ ମାଟି୍ରକ ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର, ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲାର ୯ ଟି ବ୍ଲକ୍ ରୁ ସଂସ୍କୃତ ଶିକ୍ଷକମାନେ ସମାରୋହରେ ଯୋଗ ଦେଇଥିଲେ । ଏଥିରେ ପଣ୍ଡିତ ସୁରେଶ ଚନ୍ଦ୍ର ପାଣି, ପ୍ରଭାତ କୁମାର ଶତପଥି , ମାଗୁଣି ବେହେରା , ଭାଗବତ ପତ୍ରୀ , ଅକ୍ଷୟ କୁମାର ପତ୍ରୀ , ସୁଜୟ କୁମାର ବେଉରା, ବିଜୟ କୁମାର ସାହୁ , ଜୟନ୍ତ କୁମାର ପଣ୍ଡା , ହାଡ଼ିବନ୍ଧୁ ଭୂୟାଁ , ପ୍ୟାରିମୋହନ ସ୍ୱାଇଁ, ଗୋଲଖ ବିହାରୀ ନାୟକ, ଶ୍ରୀନାଥ ମିଶ୍ର , ପ୍ରସନ୍ନ କୁମାର ଦାସ, ସୁଧିର କୁମାର ବେହେରା , ପର୍ଶୁରାମ ତ୍ରିପାଠୀ , ଭୁବନ ମୋହନ ମିଶ୍ର, ସତ୍ୟ ରଂଜନ ସଢ଼ଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ । କଳାବୁଦା ହାଇସ୍କୁଲ ର ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଉତ୍ସବ ପ୍ରାରମ୍ଭରେ ସାଇନାଥ କଳାପରିଷଦ ପକ୍ଷରୁ ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିବାବେଳେ ସଂଘ ସମ୍ପାଦକ ଭଗବାନ ସାହୁ ବିବରଣୀ ପାଠ କରିଥିଲେ ଓ ମାନସ ମୁଦ୍ରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ଶିକ୍ଷକ ଜୟନ୍ତ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର