କଟକ ସଦର ୦୪ /୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଜିଲ୍ଲା ଶ୍ରମ କମିଶନର ଭାଵେ କାର୍ଯ୍ୟରତ ମନମାଳି ମହାପାତ୍ରଙ୍କ ଅଵସର ପରେ ଦୀର୍ଘଦିନ ଧରି ଏହି ପଦବୀ ଖାଲି ପଡିଥିଲା। ଏଵେ ନିକଟରେ ଆୟୁକ୍ତ ଭାବେ ପ୍ରଶାନ୍ତ କୁମାର ପ୍ରଧାନ କାର୍ଯ୍ୟରେ ଯୋଗ ଦେଵା ପରେ ପଡି ରହିଥିବା ଶ୍ରମିକ ମାନଙ୍କ କାର୍ଯ୍ୟ ସଵୁ ତ୍ୱରାନ୍ୱିତ ହେଵାରେ ଲାଗିଛି। ଏଥିସହିତ ମୃତ୍ୟୁ ଵରଣ କରିଥିବା ଶ୍ରମିକ ମାନଙ୍କୁ ମୃତ୍ୟୁ କାଳୀନ ସହାୟତା ଯୋଗାଇ ଦେଵାକୁ ଆୟୁକ୍ତ ଶ୍ରୀ ପ୍ରଧାନ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି। ଆୟୁକ୍ତଙ୍କ ଏତାଦୃଶ କାର୍ଯ୍ୟକୁ ଶ୍ରମିକ ନେତା ରାଜକିଶୋର ମଲ୍ଲିକ,କମଲ ଵାଵୁ ପ୍ରମୁଖ ଉଚ୍ଚ ପ୍ରଶଂସା କରିଛନ୍ତି । ଓଡ଼ିଶା ସମାଚାର