ରଘୁନାଥପୁର ୦୪/୦୯/୨୦୨୨(ଓଡ଼ିଶା ସମାଚାର)- ଅତିବଡି ଜଗନ୍ନାଥ ଦାଶଙ୍କ ଓଡିଆ ଭାଷାରେ ରଚିତ ଶ୍ରୀମଦ୍ ଭାଗବତ ଓଡିଆ ସାହିତ୍ୟରେ ସମଗ୍ର ବିଶ୍ୱରେ ଋଦ୍ଧିମନ୍ତ ହୋଇ ପାରିଛି ବୋଲି ଜାତୀୟ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ପକ୍ଷରୁ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁରସ୍ଥ ମହାତ୍ମା ଗାନ୍ଧୀ ସଭାକକ୍ଷରେ ଆୟାଜିତ ଜଗନ୍ନାଥଦାଶଙ୍କ ଜୟନ୍ତି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମତ ବ୍ୟକ୍ତ କରିଥିଲେ । ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ସାହିତି୍ୟକ କବି ଅଲେଖ ଚନ୍ଦ୍ର ବେହେରା କହିଲେ ଯେ ପ୍ରତ୍ୟେକ ଓଡିଆ ଜଗନ୍ନାଥ ଦାଶଙ୍କ ନିକଟରେ ଚିର ଋଣୀ । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ଅରୁପାନନ୍ଦ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଧ୍ୟାପକ ଅଜୟ କୁମାର ଦାସ ଯୋଗଦେଇ ଜଗନ୍ନାଥଦାସଙ୍କ ଭାଗବତ ପାଇଁ ପ୍ରତ୍ୟେକ ଓଡିଆ ଆଜି ତାଙ୍କରି ଆଦର୍ଶରେ ଅନୁପ୍ରାଣୀତ ହୋଇ ପାରିଛନ୍ତି ବୋଲି କହିଥିଲେ । ଏଥିରେ ଆଗାମୀ ଓଡିଶା ମାର୍ଗ ଦର୍ଶକ ସୁରେଶ ଚନ୍ଦ୍ର ରାଉତ ପୌରହିତ କରିଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ଯୋଗଦେଇ ଜଗନ୍ନାଥଦାଶଙ୍କ ଓଡିଆ ଭାଗବତ ପ୍ରତ୍ୟେକ ଓଡିଆଙ୍କର ପ୍ରଥମ ଓ ଅତି ପ୍ରିୟ ସଦ୍ ଗ୍ରନ୍ଥ ଭାବେ ଓଡିଆ ମାନେ ଦୈନଦିନ ପାଠ କରିବାର ସୁଯୋଗ ପାଇଛନ୍ତି । ଏଥିରେ ଆଗାମୀ ଓଡିଶା ସଂପାଦକ ବାଲିକୁଦା କଲେଜ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବାରିକ ଯୋଗଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରତିଦିନ ଭାଗବତ ପଢିବା ଆବଶ୍ୟକ ବୋଲି କହିଥିଲେ । ଏଥିରେ ମୁଖ୍ୟବକ୍ତା ମାନସ ଅଧ୍ୟାପକ ଶରତ କୁମାର ରାଉତରାୟ ଯୋଗଦେଇ ଭାଗବତ ହେଉଛି ପରମ ଓ ଶ୍ରେଷ୍ଠ ଶାସ୍ତ୍ର ଅଟେ ବୋଲି କହିଥିଲେ । ଏଥିରେ ଆଗାମୀ ଓଡିଶା ସଭାପତି ଶିକ୍ଷାବିତ୍ ପ୍ୟାରୀମୋହନ ପଟ୍ଟନାୟକ, ଅଧ୍ୟାପକ ଭଗବାନ ବିଶ୍ୱାଳ, କିଟ୍ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ ଦିଲିପ କୁମାର ଜେନା, ଶିକ୍ଷାବିତ୍ ସଦାଶିବ ବିଶ୍ୱାଳ, ସମାଜସେବୀ ସୁରେଶ କୁମାର ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ବାବାଜୀ ଚରଣ ସାହୁ, ଶିକ୍ଷାବିତ୍ ଯଦୁନାଥ ଜେନା, ପଣ୍ଡିତ ପ୍ରଭାତ ମିଶ୍ର, ଅଧ୍ୟାପକ ଆଶିଷ ଚକ୍ରବର୍ତୀ, ରବିନ୍ଦ୍ର କୁମାର ମହାପାତ୍ର, ଗଣେଶ୍ୱର ଓଝା, ସମାଜସେବୀ ବିଜନ ମହାପାତ୍ର, ଆଇନଜୀବୀ ଏମଏନ ହର୍ଷବର୍ଦ୍ଧନ, ପଣ୍ଡିତ ବିଜୟ ନାୟକ, ସମାଜସେବୀ ଅଶୋକ କୁମାର ଦାସ ପ୍ରମୁଖ ଯୋଗଦେଇ ଜଗନ୍ନାଥଦାଶଙ୍କ ଜିବନୀ ଉପରେ ଆଲୋଚନା କରିଥିଲେ । ଶେଷରେ ଶିକ୍ଷକ ନେତା ନିର୍ମଳେନ୍ଦୁ ସୋମ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର