Sunday , May 28 2023
Breaking News
Home / ବିଶେଷ / ୪ ଆଇପିଏସ୍ ଙ୍କୁ ଡିଜି ପାହ୍ୟା

୪ ଆଇପିଏସ୍ ଙ୍କୁ ଡିଜି ପାହ୍ୟା

ଭୁବନେଶ୍ୱର,୦୩/୦୯/୨୦୨୨(ଓଡ଼ିଶା ସମାଚାର)-ରାଜ୍ୟର ଚାରି ଜଣ ବରିଷ୍ଠ ଆପିଏସ୍ ଅଫିସର ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ପୁଲିସ ମହାନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ପାଇଥିବା ସମସ୍ତ ଆଇପିଏସ୍ ହେଉଛନ୍ତି ୧୯୮୯ ବ୍ୟାଚ୍ ର ଅଧିକାରୀ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପ୍ରଣବିନ୍ଦୁ ଆଚାର୍ଯ୍ୟ, ସିଦ୍ଧାର୍ଥ ମହାଡୁ ନରଭାଣେ, ଅମ୍ରିତ ମୋହନ ପ୍ରସାଦ ଏବଂ ବି ରାଧିକା ଙ୍କୁ ପଦୋନ୍ନତି ମିଳିଛି। ଏମାନଙ୍କ ମଧ୍ୟରୁ ଶ୍ରୀ ପ୍ରସାଦ ଏବଂ ଶ୍ରୀମତି ରାଧିକା କେନ୍ଦ୍ରୀୟ ଡେପୁଟେସନ୍ ରେ ଅଛନ୍ତି। ଶ୍ରୀ ଆଚାର୍ଯ୍ୟ ଏବଂ ଶ୍ରୀ ନରଭାଣେ ଏବେ ଓଡ଼ିଶାରେ ଅବସ୍ଥାପିତ ଥିବା ବେଳେ ସେମାନଙ୍କୁ ନୂଆ ଦାୟିତ୍ୱ ପ୍ରଦାନ ପାଇଁ ରାଜ୍ୟ ସରକାର  ନିଷ୍ପତ୍ତି  ଗ୍ରହଣ କରିବେ । ଓଡ଼ିଶା ସମାଚାର

Leave a Reply

Your email address will not be published.