Saturday , June 10 2023
Breaking News
Home / ବିଶେଷ / ୩ଟି ସ୍ଥାନରେ ନୂତନ କୋର୍ଟ ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି

୩ଟି ସ୍ଥାନରେ ନୂତନ କୋର୍ଟ ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୦୩/୦୯/୨୦୨୨(ଓଡ଼ିଶା ସମାଚାର)-ରାଜ୍ୟରେ ନ୍ୟାୟ ବ୍ୟବସ୍ଥାକୁ ତ୍ୱରିରିତ କରିରିବା ଦିଗରେ ସରକାର ନିୟମିତ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ତୃଣମୂଳ ସ୍ତରରେ କୋର୍ଟ ସ୍ଥାପନାକୁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ୩ଟି ପୃଥକ ସ୍ଥାନରେ ନୂତନ ଅଦାଲତ ସ୍ଥାପନା ନେଇ ବିଜ୍ଞିପ୍ତି ପ୍ରକାଶ ପାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଠାରେ ସିଭିଲ ଜଜ୍ (ସିନିୟର ଡିଭିଜନ), ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଠାରେ ସିଭିଲ ଜଜ୍(ସିନିୟର ଡିଭିଜନ)ଏବଂ ହିଞ୍ଜିଳି ଠାରେ ସିଭିଲ ଜଜ୍ (ସିନିୟର) ଡିଭିଜନ୍ ନ୍ୟାୟାଳୟ ପ୍ରତିଷ୍ଠା କରାଯିବା ନେଇ ନିଷ୍ପତ୍ତି   ନିଆଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.