Saturday , June 10 2023
Breaking News
Home / ଶିକ୍ଷା / ସେପ୍ଟେମ୍ୱର ୧୩ରୁ ୩୨ କେନ୍ଦ୍ରରେ ଯୁକ୍ତ ୨ ତତ୍କାଳ ପରୀକ୍ଷା

ସେପ୍ଟେମ୍ୱର ୧୩ରୁ ୩୨ କେନ୍ଦ୍ରରେ ଯୁକ୍ତ ୨ ତତ୍କାଳ ପରୀକ୍ଷା

ଭୁବନେଶ୍ୱର,୦୩/୦୯/୨୦୨୨(ଓଡ଼ିଶା ସମାଚାର)-ଉଚ୍ଚ ମାଧ୍ୟମିକ ଶିକ୍ଷା ପରିରିଷଦ(ସିଏଚଏସଇ) ପକ୍ଷରୁ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ର ଇନଷ୍ଟାଣ୍ଟ ପରୀକ୍ଷା ସେପ୍ଟେମ୍ୱର ୧୩ରୁ ଆରମ୍ଭ ହେବ। ପରିଷଦ ପକ୍ଷରୁ ଏନେଇ ପରୀକ୍ଷା କେନ୍ଦ୍ର ତାଲିକା ପ୍ରକାଶ ପାଇଛି। ତତ୍କାଳ ପରୀକ୍ଷା ମୋଟ୍ ୩୨ଟି କେନ୍ଦ୍ରରେ ଆୟୋଜନ କରାଯିବ। ପ୍ରତି ଜିଲ୍ଲାରୁ ଗୋଟିଏ ଲେଖାଏଁ କେନ୍ଦ୍ର ଚୟନ କରାଯାଇଥିବାବେଳେ ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଲେଖାଏଁ ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇଛି। ପରୀକ୍ଷା ସେପ୍ଟେମ୍ୱର ୧୩ ଓ ୧୪ତାରିଖରେ ଅନୁଷ୍ଠିତ ହେବ। ୧୩ତାଖରେ ସମସ୍ତ ଥିଓରୀ ବିଷୟର ପରୀକ୍ଷା ହେବାକୁ ଥିବା ବେଳେ ୧୪ରେ କେବଳ ପ୍ରାକ୍ଟି୍କାଲ ପରୀକ୍ଷା କରାଯିବ। ପୂର୍ବ।ହ୍ଣ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ପରୀକ୍ଷା ପାଇଁ ଅନଲାଇନ ଫର୍ମପୂରଣ ପ୍ରକ୍ରିୟା ଅଗଷ୍ଟ ୨୯ ତାରିଖରେ ଶେଷ ହୋଇଛି। ସେହିଭଳି ଛାତ୍ରଛାତ୍ରୀମାନେ ୨୯ରୁ ସେପ୍ଟେମ୍ୱର ୨ ତାରିରିଖ ପର୍ଯ୍ୟନ୍ତ ଫି ଦାଖଲ କରିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ରେ ଏଗ୍ରିଗେଟମାର୍କରେ ପାସ୍ କରିଥିବା ଥିବା ଓ କେବଳ ଗୋଟିଏ ବିଷୟରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ଇନଷ୍ଟାଣ୍ଟ ପରୀକ୍ଷା ଦେବେ। ଓଡ଼ିଶା ସମାଚାର

Leave a Reply

Your email address will not be published.