Wednesday , May 31 2023
Breaking News
Home / ବିଶେଷ / ସମିତିସଭ୍ୟା ସ୍ୱ।ମୀଙ୍କ ଅନଧିକାର ଯୁକ୍ତିତର୍କ

ସମିତିସଭ୍ୟା ସ୍ୱ।ମୀଙ୍କ ଅନଧିକାର ଯୁକ୍ତିତର୍କ

ତାଗିଦ୍ କଲେ ଵିଡିଓ

କଟକ ସଦର ୦ ୩ /୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଵ୍ଲକର ଜନୈକା ସମିତିସଭ୍ୟାଙ୍କ ସ୍ୱାମୀ ଵ୍ଲକର ଏକ ସମୀକ୍ଷା ବୈଠକରେ ଅନଧିକାର ଭାବେ ପ୍ରଵେଶ କରି ଅଵାନ୍ତର ଯୁକ୍ତିତର୍କ କରିଵାରେ ଅସହ୍ୟ ହେବାରୁ ଵିଡିଓ ରାଜୀଵ ଲୋଚନ ପରିଡ଼ା ତାଙ୍କୁ ପୋଲିସ୍ ଡାକି ଗିରଫ କରିଵାର ଭୟ ଦେଖାଇଵା ସହିତ ପୁନର୍ବାର ଏଭଳି ଆଚରଣ ନକରିବାକୁ ତାଗିଦ୍ କରିଥିଲେ। ଏହି ଖଵର ଏଵେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ ଧରିଣା ପଞ୍ଚାୟତର ଜନୈକ କଂଣ୍ଟ୍ରୋଲ ଡିଲର ତ୍ରିନାଥ ଦାଶ ଵ୍ଲକରେ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଉପସ୍ଥିତିରେ ହେଉଥିବା ଏକ ସମୀକ୍ଷା ବୈଠକରେ ଅନଧିକାର ଭାବେ ପ୍ରଵେଶ କରି ତାଙ୍କ ପତ୍ନୀଙ୍କୁ ପଞ୍ଚାୟତରେ କାହିଁକି ଉପେକ୍ଷା କରାଯାଉଛି ବୋଲି କହି ବିଶୃଙ୍ଖଳା ସୃଷ୍ଟି କରିଥିଲେ।ଏହା ଅସହ୍ୟ ହେବାରୁ ଵିଡିଓ ତାଙ୍କୁ ଅନଧିକାର ଚର୍ଚ୍ଚାରୁ ଵିରତ ରହିବା ଏବଂ ଵୈଠକ ଛାଡି ଚାଲିଯିବାକୁ କହିବା ସତ୍ୱେ ସିଏ ଏଥିରୁ ନିବୃତ ରହିନଥିଲେ। ସେଥିପାଇଁ ଵିଡିଓ ପୋଲିସର ଭୟ ଦେଖାଇ ତାଗିଦ୍ କରିଥିଵା ଜଣାପଡିଛି। ସେହିପରି ଦଳରେ ରହି ସଵୁ ସମୟରେ ଦଳବିରୋଧୀ କାର୍ଯ୍ୟପାଇଁ ପୂର୍ବରୁ ତାଙ୍କୁ ତାଗିଦ୍ କରାଯାଇଥିବା ବେଳେ ଏଵେ ତାହାର କୈ।ଣସି ପରିବର୍ତ୍ତନ ହୋଇନଥିବା ଅଭିଯୋଗ ହୋଇଛି।ଏ ସମ୍ପର୍କରେ ସଦର ବିଜେଡି ସଭାପତିଙ୍କୁ ଅବଗତ କରାଯିବାରେ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନିଆଯିଵ ଵୋଲି କହିଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.