ଭୁବନେଶ୍ୱର,୦୩/୦୯/୨୦୨୨(ଓଡ଼ିଶା ସମାଚାର)-ରାଜ୍ୟ ସରକାର ସମବାୟ ବିଭାଗର ବିଭିନ୍ନ ତଥ୍ୟର ଡିଜିଟାଲାଇଜେସନକୁ ଗୁରୁତ୍ୱ ପ୍ରଦାନ କରି ଆସୁଛନ୍ତି। ଗତବର୍ଷ ତୁଳନାରେ ବିଭିନ୍ନ ବର୍ଗ ରେ ଡିଜିଟାଲାଇଜେସନ ବୃଦ୍ଧି ପାଇଛି। ଗତ ବର୍ଷ ଆବେଦନ ହୋଇଥିବା ୧୫,୭୪,୧୧୪ ଫର୍ମ ଡିଜିଟାଲାଇଜ୍ କରାଯାଇଥିଲା। ଚଳିତ ଥର ସମାନ ସମୟରେ ଏହା ୧୬,୯୯,୩୬୧କୁ ବୃଦ୍ଧି ପାଇଛି। ସେହିପରି ତନଖି ପାଇଁ ଚଳିତ ଥର ୧୪,୯୪,୨୯୨ ଫର୍ମ ପଠାଯାଇଛି। ଗତ ବର୍ଷ ଏହା ୧୪,୧୩,୪୭୭ ରହିଥିଲା। ଗତବର୍ଷ ଏହି ସମୟରେ ଯାଞ୍ଚ ହେବା ପାଇଁ ୧,୬୦,୬୩୭ ଫର୍ମ ପଡ଼ି ରହିଥିଲା। ଚଳିତ ବର୍ଷ ଏହି ସଂଖ୍ୟା ୨,୦୪,୯୬୪ରେ ପହଞ୍ଚିଛି। ମାତ୍ର ଚଳିତ ବର୍ଷ ୧,୧୧,୦୫୨ ଫର୍ମ ଯାଞ୍ଚ କରାଯାଇଛି। ଗତଥର ଏହି ସଂଖ୍ୟା ୧,୬୩,୮୬୧ ରହିଥିଲା। ବିଭିନ୍ନ ସମବାୟ ସମିତି ଗୁଡ଼ିକ ଦ୍ୱାରା ଗତବର୍ଷ ଏହି ସମୟରେ ୩୮,୯୭୧ ଅପଟୁଡେଟ୍ କରାଯାଇଥିଲା। ଚଳିତ ବର୍ଷ ସମାନ ସମୟରେ ଏହା ୪୯,୨୭୮ରେ ପହଞ୍ଚିଛି। ବିଭିନ୍ନ ଟିମ୍ ସହ ଯାଞ୍ଚ ହେବାକୁ ଥିବା ଫର୍ମ ସଂଖ୍ୟା ୬୧,୭୭୪। ଯାହା ଗତବର୍ଷ ୧,୨୪,୮୯୦ରେ ରହିଥିଲା। ସେହିପରି ରାଜ୍ୟର ୫୩୨୬ ଏଆରସିଏସ୍ ଏବଂ ଡିଆରସିଏସ୍ ସମସ୍ତ ତର୍ଜମା ପରେ ନିୟମିତ କରାଯାଇଛି। ଗତବର୍ଷ ଏହି ସଂଖ୍ୟା ମାତ୍ର ୭୬୩ ରହିଥିଲା। ଓଡ଼ିଶା ସମାଚାର