ଭୁବନେଶ୍ୱର,୦୩/୦୯/୨୦୨୨(ଓଡ଼ିଶା ସମାଚାର)- ରାଜଧାନୀ ଭୁବନେଶ୍ୱର ରେ ସାଙ୍ଗକୁ ଛୁରାମାଡ଼ କରିଛି ଆଉ ଜଣେ ସାଙ୍ଗ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାଙ୍ଗକୁ ସାଙ୍ଗ ଛୁରାମାଡ଼ କରିଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର କଦଳୀ ଗୋଦାମ ବସ୍ତି ନିକଟରେ ଘଟିଛି ଏହି ଘଟଣା । ଦୁଇ ଜଣ ସାଙ୍ଗ ହେଲେ ଆଦିତ୍ୟ ରାୟ ଓ ସେକ ଅବଦୁଲ । ପୂର୍ବ ଝଗଡାକୁ ନେଇ ନିଶା ଶକ୍ତ ଅବସ୍ଥାରେ ସେକ ଅବଦୁଲକୁ ଆଦିତ୍ୟ ଛୁରାମାଡ଼ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅବଦୁଲର ପେଟ ଓ ପିଞ୍ଜରାରେ କ୍ଷତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସାଙ୍ଗ ଆଦିତ୍ୟକୁ ଲକ୍ଷ୍ମୀସାଗର ଥାନା ପୋଲିସ ଅଟକ ରଖି ତଦନ୍ତ କରୁଛି । ତେବେ କେଉଁ କାରଣ ପାଇଁ ଆଦିତ୍ୟ ସାଙ୍ଗକୁ ଆକ୍ରମଣ କରିଛି ସେନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ । ପୋଲିସ ପଚରା ଉଚରା ଜାରି ରଖିଛି ।ଓଡ଼ିଶା ସମାଚାର