ଜଗତସିଂହପୁର, ୦୩/୦୯/୨୦୨୨(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ମା ଶାରଳାଙ୍କ ପୀଠରେ ଆଗାମୀ ଦଶହରା ପୂଜା ଶୃଙ୍ଖଳିତ ଭାବରେ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଉଇଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳ ପାରୁଲ ପଟାୱରୀ କହିଲେ ଗତ ଦୁଇବର୍ଷ ହେବ ମା ଶାରଳାଙ୍କ ପୀଠରେ ଦଶହରା ପୂଜାରେ ଜନସାଧାରଣଙ୍କୁ କୋଭିଡ୍ ମହାମାରୀ ଯୋଗୁଁ ବାରଣ କରାଯାଇଥିଲା । ଏଣୁ ଏବର୍ଷ ପୂଜାରେ ମନ୍ଦିରକୁ ଅଧିକ ସଂଖ୍ୟାରେ ଭକ୍ତମାନେ ଆସିବାର ସମ୍ଭାବନା ରହିଛି । ଭିଡକୁ ଦୃଷ୍ଟିରେ ରଖି ଏବଂ କୋଭିଡ୍ ସଂକ୍ରମଣର ସମ୍ଭାବନା ଥିବାରୁ ସମସ୍ତଙ୍କୁ ମାସ୍କ ପରିଧାନ କରିବା ବାଧ୍ୟତା ମୁଳକ କରାଯିବ । ଏବେ ଜଗତସିଂହପୁର ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣରେ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ମାର୍ଗଦର୍ଶିକା ଆସିବ ତାହା କାର୍ଯ୍ୟକାରୀ କରାଯିବ । ଆସନ୍ତା ସେପ୍ଟେମ୍ବର ୧୭ତାରିଖରୁ ମା ଙ୍କର ଷୋଡଷ ପୂଜାବିଧି ରିତିନୀତି ଅନୁଯାୟୀ ଆରମ୍ଭ ହେବ । ମନ୍ଦିରର ଦୈନଦିନ ପୂଜାବିଧିକୁ ଶୃଙ୍ଖଳିତ କରିବା ନିମନ୍ତେ ଉପ ଜିଲ୍ଲାପାଳ ଅଧ୍ୟକ୍ଷତାରେ ମନ୍ଦିର ପରିସରରେ ଆସନ୍ତା ୬ତାରିଖରେ ଏକ ସବ୍ କମିଟି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମନ୍ଦିର ନିର୍ବାହୀ ଅଧିକାରୀ ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ,ଆରକ୍ଷୀ ନିରିକ୍ଷକ ତିର୍ତୋଲ ଥାନା,ତିର୍ତୋଲ ବିଡିଓ,ତହସିଲଦାର.ମେଡିକାଲ ଅଫିସର,ଅଗ୍ନିଶମ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ,ସେବାୟତ ଉପସ୍ଥିତ ରହିବେ । ବୈଠକରେ ପାର୍କିଂ ବ୍ୟବସ୍ଥା,ବ୍ୟାରିକେଡ,ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାଇକ୍ରୋପ୍ଲାନ ପ୍ରସ୍ତୁତ କରି ପୋଲିସ ମୃତୟନ ବ୍ୟବସ୍ଥା କରିବେ । ଗ୍ରାମିଣ ଜଳଯୋଗାଣ ବିଭାଗ ପକ୍ଷରୁ ପାନୀୟ ଜଳ ଓ ମୋବାଇଲ ଟଏଲେଟ ବ୍ୟବସ୍ଥା କରାଯିବ । ମନ୍ଦିର ପକ୍ଷରୁ ସୂଚନା କେନ୍ଦ୍ର ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯିବ । ଏହି ବୈଠକରେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ,ମନ୍ଦିର ନିବର୍ବାହୀ ଅଧିକାରୀ ସୌର୍ଯ୍ୟରଂଜନ ପରିଜା,ତହସିଲଦାର ସୁଜାତା ପାତ୍ର,ବିଡିଓ ଅଟଳବିହାରୀ ସ୍ୱାଇଁ,ତିର୍ତୋଲ ଆଇଆଇସି ଯୁଗଳ କିଶୋର ଦାସ,ମନ୍ଦିର ପୂଜକ ରଂଜନ କୁମାର ପଣ୍ଡା,ସୁଦାମ ପଣ୍ଡା,ଧିରେନ୍ଦ୍ର ନାଥ ରାଉଳ,ସହକାରୀ ଜିଲ୍ଲାପାଳ ତାରିଣୀ ରଂଜନ ରାୟ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର