ତାଙ୍କୁ ହତ୍ୟା କରାଯାଇଥିବା ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକ
କଟକ ସଦର,୦୩ /୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା) – କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଥିବା ସମଗ୍ର ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିବାବେଳେ ଏହି ଘଟଣା ନୂଆ ମୋଡ ନେଇଛି। ସିଏ ଆତ୍ମହତ୍ୟା କରିନାହାନ୍ତି , ତାଙ୍କୁ ତାଙ୍କ ସ୍ତ୍ରୀ ଓ ଶଳା ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ସାଂଘାତିକ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଵିଭାଘର ଦିନ ଠାରୁ ସ୍ତ୍ରୀ ଓ ଶଳା ଵିଚାରପତି ଶ୍ରୀ ବିହାରରୀଙ୍କୁ ଵ୍ଲାକମେଲ କରି ପରିବାର ଠାରୁ ଦୂରେଇ ରଖିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଲୋକଲଜ୍ୟା ଓ ପ୍ରତିଷ୍ଠାକୁ ଡରି ବିଚାରପତି ସବୁବେଳେ ଚିନ୍ତାମଗ୍ନ ଥିବା ପରିବାର ଲୋକେ କହିଛନ୍ତି। ଏପରିକି ବିଧବା ମା ଙ୍କର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗୋଡ ଅସ୍ତ୍ରୋପଚାର କରାଇବା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଵଢାଇଥିଲା। ବାପାଙ୍କ ଶ୍ରାଦ୍ଧ ଦିଵସ ଅର୍ଥାତ୍ ଶୁକ୍ରବାର ଦିନ ବିଚାରପତି ଵାପାଙ୍କ ପଥର ଵାଟୋଇ ହୋଇଗଲେ। ଏଥିପାଇଁ ଜଣେ ଅମାୟିକ ବିଚାରପତିଙ୍କ ଅକାଳ ବିୟୋଗରେ ତାଙ୍କ ପୈତୃକ ଗାଁ ଯାଜପୁରର ଵିହାରୀମଠ ସହିତ କଟକର ଆଇନିଜିଵୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ତାଙ୍କୁ ହତ୍ୟା କରାଯାଇଛି ବୋଲି ବିଧବା ମା କମଳା ବିହାରୀ ଓ ସାନ ଭାଇ ମର୍କତ ନଗର ଥାନାରେ ଅଭିଯୋଗ କରିଛନ୍ତି। ମୋ ପୁଅକୁ ମାରି ଦେଇଛନ୍ତି ବୋଲି ସୁବାସଙ୍କ ମାଆଙ୍କ ଅଭିଯୋଗ କରିଥିବା ବେଳେ ପୁଅକୁ ଛାଡୁ ନଥିଲେ କିମ୍ବା ମୋ ସହ କଥାବାର୍ତ୍ତା କରାଇ ଦେଉଥିଲେ ବୋଲି ମଧ୍ୟ କହିଛନ୍ତି। ବୋହୂ ଏବଂ ତାଙ୍କ ଭାଇ ମାରି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ସେ ବୈଷ୍ଣବ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କର ସମାଧି ପରମ୍ପରା ରହିଥିବାବେଳେ ବୋହୁ ଜିଦ୍ କରି ପୁରୀ ନେଇ ଶବ ଦାହ କରିଛି । ମୋତେ ଟିକେ ମୋ ପୁଅକୁ ଦେଖାଇ ଦେଲେ ନାହିଁ ବୋଲି ସେ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରି ପୋଲିସ ଏହି ସମ୍ବେଦନଶୀଳ ମାମଲାକୁ ଗୁରୁତର ସହ ତଦନ୍ତ କରୁଥିବା ଜଣାପଡିଛି । ଓଡ଼ିଶା ସମାଚାର