ମାହାଙ୍ଗା, ୦୩/୦୯/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ପୋଲିସ କୁ ମିଳିଛି ବଡ ସଫଳତା । ଚୋରା ଗାଡ଼ି କାରବାର ରେ ସଂପୃକ୍ତି ଥିବା ଅଭିଯୋଗରେ ମାହାଙ୍ଗା ପୋଲିସ ଦ୍ବାରା ଏହାର ମାଷ୍ଟର ମାଇଣ୍ଡ ପ୍ରଭାକର ଭଞ୍ଜ ଓରଫ ଶଙ୍କରା କୁ ଗିରଫ କରିଛି ମାହାଙ୍ଗା ପୋଲିସ। ଶଙ୍କରା ର ଘର ମାହାଙ୍ଗା ଥାନା କାନପୁର ଗାଁରେ । ହେଲେ ସେ ଦୀର୍ଘ ବର୍ଷ ହେବ ଉମର ଗ୍ରାମରେ ଭଡ଼ା ଘରେ ରହି ବିଭିନ୍ନ ଗାଡି ବନ୍ଧକ ରଖିବା ସହ ଚୋରା ଗାଡି ଆଣି ବିଭିନ୍ନ ଜାଗାରେ ରଖିବା ଭଳି ବେଇଆନ କାର୍ୟ୍ୟକଳାପ କରି ଆସୁଥିବା ପୋଲିସ ଅନୁସନ୍ଧାନ ରୁ ଜଣା ପଡ଼ିଛି । ତେବେ ପୋଲିସ ଏହି ଭଡ଼ାଘର ଉପରେ ଚଢ଼ାଉ କରି ବିନା କାଗଜପତ୍ର ର ୧୯ ଟି ବାଇକ୍ , ଗୋଟିଏ ବୋଲେରୋ ସହ ଦୁଇ କାର , ଗୋଟେ ଖୋଲା ଜିପ୍, ନଗଦ ୩୭ ହଜାର ଟଙ୍କା,
ସୁନା ଅଳଙ୍କାର ,ଦୁଇଟି ମୋବାଇଲ୍ ଫୋନ୍ ଜବତ କରି ତଦନ୍ତ ଜାରି ରଖିଥିବା ମାହାଙ୍ଗା ଥାନାରେ ଗଣମାଧ୍ୟମକୁ ସାଲେପୁର ଏସ ଡି ପି ଓ ବିମଲ କୁମାର ବାରିକ ସୂଚନା ଦେଇଛନ୍ତି । ତେବେ ଶଙ୍କରାର ଅନ୍ୟ ଏକ ସହଯୋଗୀ କୁ ପୋଲିସ ଖୋଜା ଖୋଜି କରୁଛି । ଓଡ଼ିଶା ସମାଚାର