କଟକ ସଦର ୦ ୩ /୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଥାନା ପ୍ରହରାଜପୁର ନମାଜପଡିଆ ନିକଟସ୍ଥ ନିହାନମହଲା ଠାରେ ଗତ ମାସ ୧୦ ତାରିଖ ରାତିରେ ତାଲିଵାନୀ ଷ୍ଟାଇଲରେ ଵହୁ ଚର୍ଚ୍ଚିତ ତଣ୍ଟିକଟା ହତ୍ୟା କାଣ୍ଡରେ ସଂପୃକ୍ତ ମୂଖ୍ୟ ଅଭିଯୁକ୍ତ ଖଣ୍ଡିସଚିନ୍ ଓରଫ ମହମ୍ମଦ ସତାର ସହିତ ଅନ୍ୟ ଦୁଇ ମହିଳା ଓ ଜଣେ ନାଵାଳକ ସହଯୋଗୀଙ୍କୁ ପୋଲିସ ଗିରଫ କରି ଜେଲ ପଠାଇ ସାରିଛି ।ହେଲେ ଅଧିକ ସଂପୃକ୍ତି ଥିବା ସନ୍ଦେହ ହେବାରୁ ଏବଂ ମୂଖ୍ୟ ଅଭିଯୁକ୍ତର ଵୟାନ ଅନୁଯାଇ ପ୍ରହରାଜପୁରର ସାଜନ ଏବଂ ଛୁରୀ ଦେଇଥିବା ଜଣେ କମାର ସହିତ ଜଗତସିଂହପୁରର ରୋହିତ ଏହିପରି ତିନି ଜଣଙ୍କୁ ପୋଲିସ୍ ଉଠାଇ ଆଣି ଅଟକ ରଖି ପଚରାଉଚରା କରୁଛି। ସେଥିରେ ମୂଖ୍ୟ ଅଭିଯୁକ୍ତର ଵୟାନରେ କେତେ ସତ କେତେ ମିଛ ଅଛି ତାକୁ ପରଖିବା ପାଇଁ ପୋଲିସ ତାକୁ ଲାଏ ଡିଟେକ୍ସନ ପାଇଁ ଭୂଵନେଶ୍ୱର ପଠାଇ ଥିବା ଜଣାପଡିଛି।ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଭାର ଡିଏସପି ରଣଜିତ୍ ପୃଷ୍ଟି ନିର୍ଵାହ କରୁଥିବା ଜଣାଯାଇଛି। ଓଡ଼ିଶା ସମାଚାର