Wednesday , May 31 2023
Home / ବିଶେଷ / ଜିଲାପରିଷଦ ସଭ୍ୟଙ୍କ ୩ ସନ୍ତାନ ଥିବା ଅଭିଯୋଗ

ଜିଲାପରିଷଦ ସଭ୍ୟଙ୍କ ୩ ସନ୍ତାନ ଥିବା ଅଭିଯୋଗ

ଅତିରିକ୍ତ ଚିକିତ୍ସାଧିକାରୀଙ୍କ ତଦନ୍ତ ଆରମ୍ଭ , ତଦନ୍ତ ନିରପେକ୍ଷ ପାଇଁ କଂଗ୍ରେସର ଦାବି
ଗରଦପୁର, ୦୩/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ୍ ୧୦ ନମ୍ବର ଜିଲାପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତ ଙ୍କ ତିନୋଟି ସନ୍ତାନ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡ଼ା ଜିଲାପାଳ , ସ୍ୱାସ୍ଥ୍ୟ ସଚିବ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ନିକଟରେ ଅଭିଯୋଗ ପରେ ଆଜି ଅତିରିକ୍ତ ଚିକିତ୍ସାଧିକାରୀ ଡ଼ ମିର୍ଜା ବାବର ବେଗ୍ ଙ୍କ ନେତୃତ୍ୱରେ ଏକ ଟିମ୍ ସ୍ଥାନିୟ କୋରୁଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଅଭିଯୋଗକାରୀ ଗ୍ରାମବାସୀଙ୍କ ବୟାନ ରେକର୍ଡ଼ କରିବା ସହିତ କାଗଜପତ୍ର ଯାଂଚ କରିଛନ୍ତି । ପ୍ରକାଶ ଥାଉକି ୧୦ ନମ୍ବର ଜିଲା ପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତଙ୍କ ତିନୋଟି ସନ୍ତାନ ରହିଥିବା ଅଭିଯୋଗ ହୋଇଛି । ଯାହାକି ନିର୍ବାଚନରେ ଜଣେ ପ୍ରାର୍ଥି ହେବା ପାଇଁ ଯେଉଁ ବିଧି ବ୍ୟବସ୍ଥା ରହିଛି, ତାହା ଉଲଂଘନ କରୁଛି । ତେବ ଜିଲାପରିଷଦ ସଭ୍ୟ ସତ୍ୟାନନ୍ଦଙ୍କ ତିନୋଟି ସନ୍ତାନ ଥିବା ତାଙ୍କ ନିଜ ଗ୍ରାମର ଦିଲିପ କୁମାର ବେଉରା, ସତ୍ୟବ୍ରତ ଖଣ୍ଡୁଆଳ, ପ୍ରକାଶ ସାମଲ, ନଗେନ୍ କୁମାର ରାଉତ , ସଂଜୟ ବେଉରା ପ୍ରମୁଖ ୩୦ ରୁ ଉଦ୍ଧ୍ୱର୍ ଗ୍ରାମବାସୀ ଅଭିଯୋଗ କରିଥିଲେ । ସୂଚନା ଅଧିକାର କର୍ମୀ ଦଲିପ କୁମାର ବେଉରା ମଧ୍ୟ ଏ ସମ୍ପର୍କରେ ତଥ୍ୟ ମାଗିବା ପରେ ସ୍ଥାନୀୟ ଏଏନଏମ ସଂଯୁକ୍ତା ନନ୍ଦ ଦେଇଥିବା ତଥ୍ୟରେ କୌଣସି ତାଳମେଳ ରହୁନଥିବା ମଧ୍ୟ ଅଭିଯୋଗ ହୋଇଛି । ଏଏନଏମ ଙ୍କ ଦେଇଥିବା ତଥ୍ୟରେ ସେହି ସମୟର ସମସ୍ତ ଦସ୍ତାବିଜ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ବୋଲି ସେ କହିଛନ୍ତି । ଏପରିକି ଯେଉଁ ଭଡ଼ାଘରେ ରହୁଥିଲେ, ବାତ୍ୟାରେ ଘର ଭାଙ୍ଗିଯିବା ଦ୍ୱାରା ମଧ୍ୟ କୌଣସି କାଗଜ ପତ୍ର ନାହିଁ ଓ ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ବୋଲି ତଥ୍ୟ ପ୍ରଦାନ କରିଛନ୍ତି । ଏହାଛଡ଼ା ଜିଲାପରିଷଦ ସଭ୍ୟ ସତ୍ୟାନନ୍ଦଙ୍କ ତୃତୀୟ ସନ୍ତାନ କ୍ଷୀରାଦ୍ରୀ ତନୟା ରାଉତ ଙ୍କୁ ସେହି ଗ୍ରାମର ସନାତନ ରାଉତ ଙ୍କ ଝିଅ ଭାବରେ ସରକାରୀ ତଥ୍ୟରେ ଉଲେଖ କରାଯାଇଛି ବୋଲି ଅଭିଯୋଗ ରହିଛି । ତେବେ ସନାତନଙ୍କର ଚାରୋଟି ସନ୍ତାନ ଥିବାବେଳେ ରେକର୍ଡ଼ରେ ୫ଟି ସନ୍ତାନ ଥିବା ଉଲେଖ କରାଯାଇଛି । ଏସବୁ ତଥ୍ୟକୁ ଭିତିକରି ତଦନ୍ତକାରୀ ଟିମ୍ ତଦନ୍ତ କରି ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ତଦନ୍ତ ଟିମ୍ ର ମୁଖ୍ୟ ତଥା ଅତିରିକ୍ତ ଚିକିତ୍ସାଧିକାରୀ ଡ଼ ମିର୍ଜା ବାବର ବେଗ୍ ସୂଚନା ଦେଇଛନ୍ତି । ପାଟକୁରା ମେଡ଼ିକାଲ ଅଫିସର ଡ଼ ନୀରଂଜନ କର ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଏହି ଅଭିଯୋଗ ଶୁଣିବା ପରେ ଚଳିତ ଜିଲା ପରିଷଦ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥି ହୋଇଥିବା ସୁବାସ ଚନ୍ଦ୍ର ସାମଲ ତଦନ୍ତ ନିରପେକ୍ଷ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.