Wednesday , May 31 2023
Breaking News
Home / ବିଶେଷ / ଜଙ୍କିଆ ପଲ୍ଲୀ ଉତ୍ସବର ୪ର୍ଥ ସନ୍ଧ୍ୟା –

ଜଙ୍କିଆ ପଲ୍ଲୀ ଉତ୍ସବର ୪ର୍ଥ ସନ୍ଧ୍ୟା –

ନୀଳଶୈଳ ଏକାଡ଼େମୀ କଳାକାରଙ୍କ  ଡ଼ାଲଖାଇ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ  ସହିତ  ଖୋର୍ଦ୍ଧା ପାଇକ ଆଖଡ଼ା ସମସ୍ତଙ୍କୁ ସ୍ତମ୍ଭିଭୂତ କଲା

ନିରାକାରପୁର, ୦୩/୦୯/୨୦୨୨(ଓଡ଼ିଶା ସମାଚାର)- ସମ୍ପର୍କକୁ ନିବିଡ଼ କରିବା ଓ ଆମ ସଂସ୍କୃତିର ବିକାଶ କରିବା ପାଇଁ  ଜଙ୍କିଆ ପଲ୍ଲୀ ଉତ୍ସବର ଏକ ସ୍ୱତନ୍ତ୍ରତା ରହିଛି । ଗ୍ରାମାଂଚଳରୁ ଲୋକକଳା ଦିନକୁ ଦିନ ହଜିଯିବାକୁ ବସିଲାଣି । ଲୋକକଳାକୁ ବଂଚାଇ ରଖିବାର ପ୍ରକୃଷ୍ଠ ମାଧ୍ୟମ ଉତ୍ସବ । ଗ୍ରାମାଂଚଳର କଳାକାର ମାନେ ମଂଚ ପାଉନଥିବା ବେଳେ ଜଙ୍କିଆ ପଲ୍ଲୀ ଉତ୍ସବ କମିଟି ଗାଁରୁ ଖୋଜି କଳାକାର ମାନଙ୍କୁ ତାଙ୍କର କଳା ନୈପୁଣ୍ଣ୍ୟ ଦେଖାଇବାର ସୁଯୋଗ ପ୍ରଦାନ କରୁଛି ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସଭା ସାଂସଦ ମୁନା ଖାଁ ମତବ୍ୟକ୍ତ କରିଛନ୍ତି । ଅନ୍ୟତମ ଅତିଥି ଭାବେ ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ଖୋର୍ଦ୍ଧା ବାର ଆସୋସିଏସନ ପୂର୍ବତନ ସଭାପତି ଶିଶିର ପରିଡା,ସମାଜସେବୀ ଜ୍ଞାନ୍ୟନନ୍ଦ ସାଗର, ସମାଜସେବୀ ଦାଶରଥି ବିଶୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉତ୍କର୍ଷ କଳାର ରାଜ୍ୟ ଆମ ଓଡିଶା । ଆମ ଓଡିଆ ଜାତିକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ଏହି ଉତ୍କଳୀୟ କଳା ବୋଲି ମତବ୍ୟକ୍ତ କରିଥିଲେ  ଓଁ ଶ୍ରୀ ଗୃପ୍ ସଭାପତି କୃଷ୍ଣଚନ୍ଦ୍ର ନରେନ୍ଦ୍ର ସଭାପରିଚାଳନା କରିଥିବା ବେଳେ ମୁଖ୍ୟ ସଂଯୋଜକ ବିଶ୍ୱଭୂଷଣ ଛୋଟରାୟ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ଆରମ୍ଭ ହୋଇଥିଲା ସାସ୍କୃତିକ ସଂନ୍ଧ୍ୟା । ପ୍ରଥମେ ଚାରୁ ରତନ ଏକାଡେମୀ ପୁରୀ କଳାକାର ମାନେ ରାଧାକୃଷ୍ଣ ଲୀଳା ପରିବେଷଣ କରିଥିଲେ । ପରେ ଦେବୀ ବନ୍ଦନା ପରିବେଷଣ କରିବା ସହିତ ଗଣେଶ ବନ୍ଦନା ପରିବେଷଣ କରିଥିଲେ । ପରେ ନୀଳଶୈଳ ଏକାଡେମୀ ଜଟଣୀର କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଡାଲଖାଇରେ ଦର୍ଶକ ମାନେ ଝୁମି ଯାଇଥିଲେ । ପରେ ଆମ ସଂସ୍କୃତି ଆମ ପରମ୍ପରା ରଜଦୋଳୀ ରଥ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ଗ୍ରାମ୍ୟ ଜୀବନ ଚଳନି ମନେପକାଇଦେଇଥିଲେ । ପରେ ଖୋର୍ଦ୍ଧାର ପାଇକ ଆଖଡା ବିରତ୍ୱର ଗାଥା ଗାଇବା ସହିତ ଖୋର୍ଦ୍ଧାର ପୂର୍ବସୁରୀ ମାନଙ୍କ ବଳିଦାନ ମନେପକାଇ ଦେଇଥିଲେ । ଉପସ୍ଥାପକ କମଳେଶ ମହାରଣା,ଅଶ୍ୱନୀ ମାହାନ୍ତି ମଂଚ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ୍ତ ରାଉତରୟ,ବୁଦ୍ଧଦେବ ଚମ୍ପତି,ଦାଶରଥି ବିଶୋଇ,ବୈକୁଣ୍ଠ ନାଥ ମଲ୍ଲ,ପ୍ରଦିପ୍ତ ପାଟ୍ଟଶାଣୀ,ସୁରେନ୍ଦ୍ର ନାଥ ଜେନା ତଥା ଓଁ ଶ୍ରୀ ଗୃପ୍ ର ସଭ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଭିନ୍ନ ସରକାରୀ ,ବେସରକାରୀ ଷ୍ଟଲରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଭ୍ୟା ମନଙ୍କ ହାତତିଆରୀ ବିଭିନ୍ନ ସାମଗ୍ରୀ ଲୋକମାନେ କିଣା ବିକା କରିବାର ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.