Wednesday , May 31 2023
Home / ବିଶେଷ / ଚିକିତ୍ସାଧୀନ ଅବସ୍ଥାରେ ଯୁବକ ଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଚିକିତ୍ସାଧୀନ ଅବସ୍ଥାରେ ଯୁବକ ଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜୁନାଗଡ଼,୦୩ /୦୯/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ଜିଲାରେ ଗୁରୁବାର ନୂଆଁଖାଇ ପାଇଁ ଚାରିଆଡ଼େ ଆନନ୍ଦ,ଉଲ୍ଲାସ ରହିଥିବାବେଳେ ଏପଟେ ବିଳମ୍ବିତ ରାତିରେ ଜିଲାର ଜୁନାଗଡ଼ ଥାନା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ଗୁରୁବାର ସନ୍ଧ୍ୟାରେ ଜୁନାଗଡ଼ ସହରରେ ଜଣେ ଯୁବକଙ୍କୁ ମୋଟର ସାଇକେଲ ଦୁର୍ଘଟଣା କରିବା ସହ ମରଣାନ୍ତକ ଆକ୍ରମଣ କରାଯିବା ଫଳରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଯୁବକଙ୍କ ନାମ ମାନସ ମେହେର ଓ ସେ ବଳଦିଆମାଲ ଗ୍ରାମର ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ରେ ମାନସ ଓ ତାଙ୍କ ସାଙ୍ଗ ବାଇକରେ ଜୁନାଗଡ଼ ସହରରୁ ଘରକୁ ଫେରୁଥିବାବେଳେ ନୂଆ ବସଷ୍ଟାଣ୍ଡ ନିକଟରେ ଅନ୍ୟ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ଏହି ସମୟରେ ଅନ୍ୟ ବାଇକ୍ ରେ ବସିଥିବା ଯୁବକ ମାନେ ଉତ୍ୟକ୍ତ ହୋଇ ମାନସକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ମାନସ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ଜୁନାଗଡ଼ ସରକାରୀ ଡାକ୍ତରଖାନା ଓ ପରେ ରାୟପୁରଙ୍କୁ ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ,ପରିବାର ବର୍ଗ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ।ଏଥିରେ ସମ୍ପୃକ୍ତ ଥିବା ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ୟ୍ୟନୁଷ୍ଠାନ ନେବାକୁ ପରିବାର ଓ ସମ୍ପର୍କୀୟ ଜୁନାଗଡ଼ ଥାନାର ଦ୍ୱାରସ୍ତ ହୋଇଥିଲେ । ଜୁନାଗଡ଼ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏହି ଘଟଣା ରେ ଜୁନାଗଡ଼ ର ଜଣେ ୧୭ ବର୍ଷ ର ନାବାଳକ କୁ ଜୁଭେନାଇଲ କୋର୍ଟ ଓ ଜୁନାଗଡ଼ ଥାନା ଅନ୍ତର୍ଗତ ନକଟିଗୁଡା ଗ୍ରାମ ର ରଞ୍ଜନ ଗୁରୁ (୨୨)କୁ ଗିରଫ କରି ଜୁନାଗଡ଼ କୋର୍ଟ କୁ ଚାଲାଣ କରିଥିବା ବେଳେ ଆଉ ଜଣେ ଫେରାର ଥିବା ଜୁନାଗଡ଼ ଥାନାଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି ।ଓଡ଼ିଶା ସମାଚାର

Leave a Reply

Your email address will not be published.