Wednesday , May 31 2023
Home / ବିଶେଷ / କଟକ ମହାନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ-୨୦୨୨ ସମାରୋହ ଅନୁଷ୍ଠିତ

କଟକ ମହାନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ-୨୦୨୨ ସମାରୋହ ଅନୁଷ୍ଠିତ

କଟକ,୦୩ /୦୯/୨୦୨୨(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ମହାନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବା ଅବସରରେ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ,କମିଶନର ଶ୍ରୀ ନିଖିଲ ପୱନ କଲ୍ୟାଣ,ଡେ଼ପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ ଏବଂ ବିଭିନ୍ନ ୱାର୍ଡର କର୍ପୋରେଟର ଏବଂ ଅଧିକାରୀମାନଙ୍କ ଉପସ୍ଥିତିରେ ସକାଳ ୮ଟା ସମୟରେ ନିଗମ କାର୍ୟ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ବିଭିନ୍ନ ବିଦ୍ୟାଳୟ ଓ ସହାୟ ବିଦ୍ୟାଳୟର ଅନ୍ତେଃବାସୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହା ପରେ ପରେ କଟକର ବିଭିନ୍ନ ୱାର୍ଡ ମାନଙ୍କରେ ନୂତନ ପ୍ରକଳ୍ପ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ଓ ସମ୍ପୂର୍ଣ ହୋଇଥିବା ପ୍ରକଳ୍ପ ଗୁଡିକର ଶୁଭ ଉଦଘାଟନ କରାଯାଇଥିଲା। ମେୟର,ଡେପୁଟି ମେୟର, କମିଶନର,କର୍ପୋରେଟର ମାନଙ୍କ ଉପସ୍ଥିତିରେ ଏହି ସମସ୍ତ ପ୍ରକଳ୍ପ ର  ଶୁଭ ଉଦଘାଟନ କାର୍ୟ୍ୟକ୍ରମ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ,କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ, ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଦ୍ଵାରା କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ବାରବାଟି ବିଧାୟକ ଇଂ ମହମ୍ମଦ ମୋକିମ,ଚøଦ୍ବାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସନ୍ଧ୍ୟାରେ ସହୀଦ ଭବନଠାରେ ମେୟର ଶ୍ରୀ ସିଂହଙ୍କ ପୌରହିତ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତି ଜଷ୍ଟିସ ଅନନ୍ତ ସୂର୍ୟ୍ୟନାରାୟଣ ନାଇଡୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କଟକ ସଦର ବିଧାୟକ ଶ୍ରୀ ଚନ୍ଦ୍ରସାରଥୀ ବେହେରା, ବାରବାଟୀ କଟକ ବିଧାୟକ,ଇଂ ମହମ୍ମଦ ମୋକିମ, ଚୌଦ୍ୱାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ,ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଯୋଗଦେଇ ସ୍ୱାୟତ୍ତ ଶାସନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।କମିଶନର ଶ୍ରୀ ନିଖିଲ ପୱନ କଲ୍ୟାଣ ମହାନଗର ନିଗରର ନିର୍ଧାରିତ ପ୍ରକଳ୍ପ ମାନଙ୍କର କାର୍ୟ୍ୟପନ୍ଥା ଓ ସ୍ଵଛତାର ସହ ଏହାର କାର୍ୟ୍ୟକାରିତା ଓ କାର୍ୟ୍ୟସମ୍ପନ୍ନ ନେଇ ସମସ୍ତ ସୂଚନା ପ୍ରଦାନ କରିଥିଲେ।କର୍ମଚାରୀ ମାନଙ୍କର ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ସେମାନଙ୍କୁ ତଥା ଓ କର୍ପୋରେଟର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରେପରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।

ଶେଷରେ ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ମହାନଗର ନିଗମର ଅତିରିକ୍ତ କମିଶନର, ଯୁଗ୍ମ କମିଶନର,ଡେପୁଟି କମିଶନର, ସମସ୍ତ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସମସ୍ତ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.