କଟକ ସଦର ୦ ୩ /୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଲିକତାର ପ୍ରସିଦ୍ଧ ଦଶହରା ଦୂର୍ଗାପୂଜାକୁ ଜାତୀୟ ହେରିଟେଜ ମାନ୍ୟତା ମିଳିବା ପରେ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା କଟକର ଐତିହାସିକ ତଥା ପ୍ରସିଦ୍ଧ ମୁକ୍ତାକାଶ ବାଲିଯାତ୍ରାକୁ ଏହି ମାନ୍ୟତା ପ୍ରଦାନ ପାଇଁ ଦାବି ଜୋର ଧରିଛି।ଏହି ଐତିହାସିକ ବାଲିଯାତ୍ରା ସହିତ ଜାଭା, ସୁମାତ୍ରା ଓ ଇଣ୍ଡୋନେସିଆ ସହିତ ସାଂସ୍କୃତିକ ଓ ଵ୍ୟଵସାୟିକ ସମ୍ପର୍କ ରହିଥିଵାରୁ ଏହାକୁ ଜାତୀୟ ହେରିଟେଜ ମାନ୍ୟତା ତାଲିକାରେ ଅନ୍ତର୍ଭୁକ୍ତ କରିଵାକୁ କଟକର ପୂର୍ବତନ ଜିଲ୍ଲାପାଳ ଚଥା ବର୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ଵିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଦାବି ରଖିଥିବା ଜଣାଯାଇଛି। ସେହିପରି କଟକ ମେୟର ସୁବାସ ସିଂହ ମଧ୍ୟ ଏହି ଦାବି ପୂର୍ବରୁ ସିଏ ସାଂସଦ ଥିବା ସମୟରେ ମଧ୍ୟ ଉପସ୍ଥାପନ କରିଥିଲେ ବୋଲି ମତବ୍ୟକ୍ତ କରିଛନ୍ତି। ସେ ଯାହେଉ ଏହି ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ କରିବାକୁ ସଵୁ ମତେ ଦାଵି ହେଉଛି । ଓଡ଼ିଶା ସମାଚାର
Home / ପର୍ଯ୍ୟଟନ ଓ ସଂସ୍କୃତି / କଟକର ଐତିହାସିକ ମୁକ୍ତାକାଶ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ଦାବି ଯୋର ଧରିଲା