Saturday , June 10 2023
Breaking News
Home / ବିଶେଷ / ଓଏଏସ ଅଧିକାରୀ ସ୍ତରରେ ଅଦଳବଦଳ

ଓଏଏସ ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୦୩/୦୯/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ ଓଏଏସ ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି। ରାଜ୍ୟ ସରକାର ୧୧ ଜଣ ଓଏଏସଙ୍କୁ ଅଧିକାରୀଙ୍କୁ ବଦଳି କରିଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସୂର୍ୟ୍ୟମାଧବ ପାଣିଗ୍ରାହୀଙ୍କୁ ଅତିରିକ୍ତ କମିଶନର, ବ୍ରହ୍ମପୁରରୁ ଭୁବନେଶ୍ୱରର କନସୋଲିଡେସନ ଆଣ୍ଡ ସେଟେଲମେଣ୍ଟର କମିଶନର ଭାବେ ବଦଳି କରାଯାଇଛି । ସେହିପରି ବ୍ରଜ ଗୋପାଳ ଆଚାର୍ୟ୍ୟଙ୍କୁ ଓଏସଆରଟିସିରୁ ଏଫଆଣ୍ଡ ଏଆରଡି ବିଭାଗକୁ ବଦଳି, ଆରାଧନା ଦାସ ଙ୍କୁ ଓଡିଶା ଷ୍ଟେଟ ହାଉସିଂ ବୋର୍ଡ ଭୁବନେଶ୍ୱରରୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ସ୍ମିତା ବିଶ୍ୱାଳଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବରୁ ବୋର୍ଡ ଅଫ ରେଭିନ୍ୟୁର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ବେଳେ ବିଶିକେସନ ଦେହୁରୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବରୁ , ରାଜ୍ୟ ସଡକ ପରିବହନ ନିଗମକୁ ବଦଳି , ରଶ୍ମିତା ରାଣୀ ତରାସିଆଙ୍କୁ ଅତିରିକ୍ତ ଉପଜିଲ୍ଲାପାଳ ଖୋର୍ଦ୍ଧାରୁ ଓଡିଶା ଷ୍ଟେଟ ହାଉସିଂ ବୋର୍ଡ ଭୁବନେଶ୍ୱରକୁ ବଦଳି କରାଯାଇଛି। ସେହିପରି ଲଲତ କୁମାର ଲୁହାଙ୍କୁ ଆଇଟିଡିଏ ସୁନ୍ଦରଗଡରୁ ବରଗଡର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଅଭିମନ୍ୟୁ ମାଝିଙ୍କୁ ଆଇଟିଡିଏ ନବରଙ୍ଗପୁରରୁ ଉପଜିଲ୍ଲାପାଳ ପୋନପୋଷକୁ ବଦଳି କରାଯାଇଥିବାବେଳେ ଅକ୍ଷୟ କୁମାର ରାଉତଙ୍କୁ ବିଡିଓ ଟାଙ୍ଗୀ, ଖୋର୍ଦ୍ଧାରୁ ଉପଜିଲ୍ଲାପାଳ ଖୋର୍ଦ୍ଧାକୁ ବଦଳି କରାଯାଇଛି । ସୁଶାନ୍ତ କୁମାର ବାରିକଙ୍କୁ ବିଡିଓ ସୋରୋରୁ ଡିଆରଡିଏ ମୟୁରଭଂଜକୁ ବଦଳି , ବେଣୁଧର ସବରଙ୍କୁ ବିଡିଏ ରାମନାଗୁଡାରୁ ଆଇଟିଡିଏ ନବରଙ୍ଗପୁରକୁ ବଦଳି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.