Wednesday , May 31 2023
Breaking News
Home / ରାଜନୀତି / ସୀତାସୁନ୍ଦରୀ ବିଜେଡି ରାଜ୍ୟ ମହିଳା ଜନତାଦଳର କାର୍ଯ୍ୟକାରିଣୀ ସଦସ୍ୟା ନିଯୁକ୍ତ

ସୀତାସୁନ୍ଦରୀ ବିଜେଡି ରାଜ୍ୟ ମହିଳା ଜନତାଦଳର କାର୍ଯ୍ୟକାରିଣୀ ସଦସ୍ୟା ନିଯୁକ୍ତ

କେନ୍ଦ୍ରାପଡ଼ା, ୦୨/୦୯/୨୦୨୨(ଓଡ଼ିଶା ସମାଚାର)- ବିଜୁ ମହିଳା ଜନତାଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ବିଜେଡିର ବରିଷ୍ଠ ନେତ୍ରୀ, ପୂର୍ବତନ ଜିଲ୍ଲା ଉପସଭାନେତ୍ରୀ ତଥା ପୂର୍ବତନ କୁତୁରଙ୍ଗ ପଂଚାୟତର ସରପଂଚ ସୀତାସୁନ୍ଦରୀ ମଲ୍ଲିକଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଥିବାରୁ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିସହିତ ଶ୍ରୀମତୀ ମଲ୍ଲିକ ବିଜେଡିର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ଦଳ ଯେତେବେଳେ ତାଙ୍କୁ ଯେଉଁ ଦାୟିତ୍ୱ ପ୍ରଦାନ କରିଛି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟ କରି ସେ ସେହି ଦାୟୀତ୍ୱକୁ ଅତ୍ୟନ୍ତ ନିଷ୍ଠା ଓ ଆନ୍ତରିକତାର ସହିତ ସୂଚାରୁ ରୂପେ ସମ୍ପାଦନ କରିଆସିଛନ୍ତି । ଦଳୀୟ ଦାୟିତ୍ୱରେ ଥିବା ବେଳେ ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳର ସଂଗଠନକୁ ମଜଭୁତ କରିବା ପାଇଁ  ଚେଷ୍ଟା କରିଆସିଛନ୍ତି । ଏହି ନିଯୁକ୍ତିକୁ ନେଇ ଶ୍ରୀମତୀ ମଲ୍ଲିକଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.