କଟକ ସଦର,୦୨/୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ତହସିଲ ଅଧିନସ୍ଥ କନ୍ଦରପୁର ଥାନା ଓ ପଞ୍ଚାୟତ ଅନ୍ତର୍ଗତ କନ୍ଦରପୁର ଲେଵଲକ୍ରସିଂ ନିକଟରେ ଆଜକୁ ୬୦ ଵର୍ଷରୁ ଉର୍ଦ୍ଧ୍ବ ହେବ ୩୬ ଟି ଆଦିବାସୀ ପରିବାର ରେଳବାଇ ଜାଗାରେ ସିଦ୍ଧେଶ୍ୱରପୁର ମୈ।ଜାରେ ଵସ୍ତି କରି ରହି ଆସୁଛନ୍ତି। ସେମାନଙ୍କ ପିଲାମାନଙ୍କ ପାଇଁ ଵସ୍ତି ଭିତରେ ସରକାରଙ୍କ ପକ୍ଷରୁ ଏକ ଅଙ୍ଗନବାଡି କେନ୍ଦ୍ର ( ପକ୍କା ଘର) ଖୋଲାଯାଇ ଥିବା ଵେଳେ ଵସ୍ତିଟି ପଞ୍ଚାୟତର ୧୮ ନମ୍ବର ୱ।ର୍ଡ ଵୋଲି ଜଣାପଡିଛି। ବସ୍ତିବାସିନ୍ଦା ମାନେ ସମସ୍ତ ସରକାରୀ ସୁବିଧା ପାଇଁ ଆସୁଥିବା ବେଳେ କେବଳ ଜମି ସମସ୍ୟା ଯୋଗୁ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି।ଏଵେ କନ୍ଦରପୁର ଠାରୁ ବୋରିକିନା ପର୍ଯ୍ୟନ୍ତ ପ୍ରଥମ ଦଫାରେ ୫୫ ନମ୍ଵର ଜାତୀୟ ରାଜପଥ କାର୍ଯ୍ୟ ଆରମ୍ଭ ହେଵାକୁ ଯାଉଥିବା ଏବଂ ଲେଵଲକ୍ରସିଂ ଠାରେ ଓଭର ଵ୍ରିଜ କାର୍ଯ୍ୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ମୁଣ୍ଡାସାହି ବସ୍ତିକୁ ଉଛେଦ କରାଯିବାକୁ ରେଳବାଇ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଯାହାଫଳରେ କଟକ ପାରାଦୀପ ରେଳ ରାସ୍ତା ନିର୍ମାଣ ପାଇଁ ଆଦିବାସୀ ଅଞ୍ଚଳରୁ ଶ୍ରମିକ ଭାବେ କାମ କରିଵାକୁ ଆସି ୬୦ ଵର୍ଷରୁ ଉର୍ଦ୍ଧ୍ବ ହେଵ ରହି ଆସିଥିବା ବସ୍ତିବାସିନ୍ଦାମାନେ ଏଵେ ପିଲା ଛୁଆ ନେଇ ରହିଵେ କେଉଁଠି ଵୋଲି ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ ଏହି ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଥଇଥାନ କରିଵା ପରେ ଯାଇଁ ଵସ୍ତି ଉଛେଦ କରାଯିଵାକୁ ‘କଟକ ସଦର ବିଚାର ମଞ୍ଚ’ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ହେଉଛି। ଓଡ଼ିଶା ସମାଚାର