Wednesday , May 31 2023
Home / ରାଜନୀତି / ମଂଜୁବାଳା ଜେନା ରାଜ୍ୟ ମହିଳା ବିଜେଡ଼ି ଉପସଭାନେତ୍ରୀ

ମଂଜୁବାଳା ଜେନା ରାଜ୍ୟ ମହିଳା ବିଜେଡ଼ି ଉପସଭାନେତ୍ରୀ

 ଗରଦପୁର, ୦୨/୦୯/୨୦୨୨(ଓଡ଼ିଶା ସମାଚାର)-ପାଟକୁରା ରେ ବେଶ ସୁପରିଚିତ ସମାଜ ସେବୀ ମଂଜୁବାଳା ଜେନା ଙ୍କୁ ରାଜ୍ୟ ମହିଳା ବିଜେଡ଼ି ଉପ ସଭାନେତ୍ରୀ ଭାବରେ ନିଯୁକ୍ତି ମିଳିଛି । ସେଥିପାଇଁ ଶ୍ରୀମତୀ ଜେନା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ  ଗଭୀର କୃତଜ୍ଞତା ଜଣାଇଛନ୍ତି ।  ଏଥି ସହିତ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା, ବିଜେଡ଼ି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଂଜୟ ଅଗ୍ରୱାଲା ଙ୍କୁ ମଧ୍ୟ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଜେଡ଼ି ଦଳର ନୀତି ଆଦର୍ଶ ତଥା ଦଳ ସୁପ୍ରିମୋ ନବୀନ ବାବୁଙ୍କ ପ୍ରତି ଆନୁଗତ୍ୟ ରଖି ଦଳର ସମସ୍ତ ଜନ ମଙ୍ଗଳକାରୀ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରି ସାଧାରଣ ଲୋକଙ୍କ ପାଖରେ ପହଂଚାଇବେ ବୋଲି ଶ୍ରୀମତୀ ଜେନା କହିଛନ୍ତି । ଶ୍ରୀମତୀ ଜେନାଙ୍କର ଏହି ଦଳିୟ ନିଯୁକ୍ତି ରେ ପାଟକୁରା ବିଜେଡ଼ି କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.