କେନ୍ଦ୍ରାପଡ଼ା, ୦୨/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ୧୮ନମ୍ବର ୱାର୍ଡର ବାଲାବାବା କ୍ଲବ ପକ୍ଷରୁ ଚଳିତବର୍ଷ ଶ୍ରୀଗଣେଶଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହେଉଛି । କୋଭିଡ-୧୯ କଟକଣା ଯୋଗୁଁ ବିଗତ ୨ବର୍ଷ ଧରି ଶ୍ରୀଗଣେଶଙ୍କ ପୂଜା ମଣ୍ଡପର ଚର୍ତୁପାଶ୍ୱର୍ ଆବଧ କରାଯାଇଥିବାରୁ ଲୋକମାନେ ଗଣେଶଙ୍କୁ ଦେଖିବା ସମ୍ଭବ ହୋଇନଥିଲା । ତେଣୁ ଚଳିତ ବର୍ଷ ଶ୍ରୀଗଣେଶଙ୍କ ପୂଜା କଟକଣା ମୁକ୍ତ ହୋଇ ପାଳନ କରାଯାଉଥିବାରୁ ବାଲାବାବା କ୍ଲବର ସମସ୍ତ କର୍ମକର୍ତା ଓ ସଦସ୍ୟମାନେ ଜାକଜମକରେ ଏହି ପୂଜାକୁ ପାଳନ କରୁଛନ୍ତି । ୧୯୯୬ମସିହା ଠାରୁ ବାଲାବାବା କ୍ଲବରେ ଶ୍ରୀଗଣେଶଙ୍କ ପୂଜା ଆରମ୍ଭ କରାଯାଇଥିବା ବେଳେ ଚଳିତ ବର୍ଷ ପ୍ରଥମଥର ପାଇଁ ପ୍ରଭୁ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ମସ୍ତକରେ ଚାନ୍ଦିରେ ନିର୍ମିତ ମୁକୁଟ ଶୋଭା ପାଉଛି । କ୍ଲବର କର୍ମକର୍ତା ପ୍ରଭୁ ଶ୍ରୀଗଣେଶଙ୍କ ପାଇଁ ଏହି ଚାନ୍ଦିର ମୁକୁଟ ନିର୍ମାଣ କରିଥିବା ବାଲାବାବା କ୍ଲବର ସଭାପତି ତଥା ୧୮ନମ୍ବର ୱାର୍ଡର କାଉନସିଲର ଚୈାଧୁରୀ ସୁକୁମାର ଦାସ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର