ନିରାକାରପୁର, ,୦୨/୦୯/୨୦୨୨(ଓଡ଼ିଶା ସମାଚାର)-ବିଜେଡ଼ି ସାଙ୍ଗଠନିକ ଦକ୍ଷତା ବୃଦ୍ଧି ପାଇଁ ବିଜୁ ଜନତଦଳର ରାଜ୍ୟ ମହିଳା ଶାଖାର ବରିଷ୍ଠ ମହିଳା ନାରୀ ନେତ୍ରୀ ମାନଙ୍କୁ ୧୪ ଜଣିଆ ବରିଷ୍ଠ ଉପସଭାପତି ତାଲିକା ପ୍ରକାଶ ପାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଅସ୍ଥା ଭାଜନ ହୋଇଥିବା ପୂର୍ବରୁ ସୁଚାରୁ ରୂପେ ଉପସଭାନତ୍ରୀର ଦାୟିତ୍ଵ ତୁଲାଇଥିବା ଖୋର୍ଦ୍ଧା ଜିଲ୍ଲା ର ବରିଷ୍ଠ ମହିଳା ନାରୀ ନେତ୍ରୀ ବାସନ୍ତୀ ମହାପାତ୍ର ଙ୍କୁ ପୁନର୍ବାର ବରିଷ୍ଠ ଉପସଭାପତି ଭାବେ ଦାୟିତ୍ଵ ପ୍ରଦାନ କରିଥିବା ଜଣାପଡିଛି। ସେ ବିଜୁ ଜନତା ଦଳର ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵ ଠାରୁ ଆରମ୍ଭ କରି ଜିଲ୍ଲା ସଭାନେତ୍ରୀ ଭାବେ ଦାୟିତ୍ଵ ତୁଲାଇଛି। ତାଙ୍କୁ ଏହି ବରିଷ୍ଠ ଉପସଭାପତି ଦାୟିତ୍ଵ ମିଳିବା ପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ ରୁ ଶୁଭେଚ୍ଛା ଜଣାଯାଇଛି। ଓଡ଼ିଶା ସମାଚାର