ନିରାକାରପୁର,୦୨/୦୯/୨୦୨୨(ଓଡ଼ିଶା ସମାଚାର)- ଗତକାଲି ରାତିରେ ନିରାକରପୁର ଥାନା ଅନ୍ତର୍ଗତ ବଡ ପୋଖରିଆରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କିଛି ଦିନର ନୀରବତା ପରେ ପୁଣି ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ ପୋଖରିଆରେ ହିଂସା ଦେଖାଯାଇଛି। ଜିଲ୍ଲା ପରିଷଦ ସଭ୍ୟାଙ୍କ କାର୍ କୁ ଦୃର୍ବୃତ୍ତମାନେ ନିଆଁ ଲଗାଇ ଜାଳି ଦେଇଥିବା ଜଣା ଯାଇଛି।ବିଳମ୍ବିତ ରାତ୍ରିରେ ବଡ ପୋଖରିଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିବା ୯ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ମୀତାଂଜଳୀ ବଳିୟାରସିଂହଙ୍କର କାର୍ ରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା ଜଣାଯାଇଛି । ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନୀଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି। ମାତ୍ର ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି । ଓଡ଼ିଶା ସମାଚାର