ନିରାକାରପୁର, ୦୨ /୦୯/୨୦୨୨(ଓଡ଼ିଶା ସମାଚାର)- ଗତକାଲି ରାତିରେ ନିରାକରପୁର ଥାନା ଅନ୍ତର୍ଗତ ବଡ ପୋଖରିଆରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କିଛି ଦିନର ନୀରବତା ପରେ ପୁଣି ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ ପୋଖରିଆରେ ପୁଣି ହିଂସା ଦେଖାଯାଇଛି। ଜିଲ୍ଲା ପରିଷଦ ସଭ୍ୟାଙ୍କ କାର୍ କୁ ଦୃର୍ବୃତ୍ତମାନେ ନିଆଁ ଲଗାଇ ଜାଳି ଦେଇଥିବା ଜଣା ଯାଇଛି। ଗୁରୁବାର ବିଳମ୍ବିତ ରାତ୍ରିରେ ବଡ ପୋଖରିଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିବା ୯ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ମୀତାଂଜଳୀ ବଳିୟାରସିଂହଙ୍କର କାର୍ ରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା ଜଣାଯାଉଛି। ଗାଡି ଉପରେ ଏତେ ପରିମାଣର ପେଟ୍ରୋଲ ପକାଯାଇଥିଲା କି ନିଆଁକୁ ଆୟତ୍ତ କରିବା ସହଜ ନଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ପୂର୍ବ ରୁ ବଡପୋଖରିଆ ରେ ଅଶାନ୍ତ ପରିବେଶ ଥିବାବେଳେ ବର୍ଷେ ହେବ ଗ୍ରାମରେ ଶାନ୍ତି କମିଟି ଓ ଭଦ୍ରଲୋକ ଙ୍କ ମାଧ୍ୟମରେ ଶାନ୍ତି ଫେରି ଥିଲା। ଆଜିର ଘଟଣା କିଛି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥାଏ ପରେ ବୋଲି ଲୋକେ ସନ୍ଦେହ କରୁଛନ୍ତି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟାଙ୍ଗୀ ଅଗ୍ନୀଶମ ବାହିନୀ ନିଆଁକୁ ଆୟତ କରି ଥିଲା।
କିନ୍ତୁ ଦାମୀ ଗାଡି ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳକୁ ଖୋର୍ଦ୍ଧା ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ , ନିରାକାରପୁର ଥାନା ଆଇଆଇସି ଗୀତାଞ୍ଜଳୀ ନାୟକ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଛାନଭିନ କରି ତଦନ୍ତ ଚଳାଇଛନ୍ତି। ପୋଲିସ ସି ସି ଟିଭି ଯାଞ୍ଚ କରି ୩ ଜଣ କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଏନେଇ ଥାନାରେ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ।ଙ୍କ ସ୍ବାମୀ ତଥା ପୂର୍ବତନ ସରପଂଚ ସାଗର ବାଳିଆରସିଂ ଥାନାକୁ ଆସି ଲିଖିତ ଅଭିଯୋଗ ଦେବା ପାଇଁ ପୋଲିସ ସହିତ କଥା ହୋଇଥିଲେ ବି ରିପୋର୍ଟ ଲେଖା ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନଥିବା ପୋଲିସ ଠାରୁ ଜଣାପଡିଛି। ଓଡ଼ିଶା ସମାଚାର