Wednesday , May 31 2023
Breaking News
Home / ବିଶେଷ / ଗଣପତି ଗୋଲଡେନ କ୍ଲବ ପକ୍ଷରୁ  ଜାକଜମକ ରେ ଅନୁଷ୍ଠିତ  ହେଉଛି ଗଜାନନ  ଙ୍କ ପୂଜା

ଗଣପତି ଗୋଲଡେନ କ୍ଲବ ପକ୍ଷରୁ  ଜାକଜମକ ରେ ଅନୁଷ୍ଠିତ  ହେଉଛି ଗଜାନନ  ଙ୍କ ପୂଜା

ନିଶ୍ଚିନ୍ତକୋଇଲି ,୦୨ /୦୯/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନପୁର ଠାରେ ଗଣପତି ଗୋଲଡେନ କ୍ଲବ ର ସଦସ୍ୟ ମାନେ ଚଳିତ ବର୍ଷ ଉତ୍ସାହ ଉଦ୍ଦୀପନା ର ସହ ବିଘ୍ନ ବିନାଶକ ଶ୍ରୀ ଗଣେଶ ଙ୍କ ର ପୂଜା ଉତ୍ସବ ଆନନ୍ଦ ଉଲ୍ଲାସ ର ସହ ପାଳନ କରାଯାଉଛି । ଏହି  ପୂଜା ଉପଲକ୍ଷେ କ୍ଲବର ସଦସ୍ୟ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ମାନଅନୁଷ୍ଠିତ ହେଉଛି । ଗତ ଦୁଇବର୍ଷ ହେବ କରୋନା କାରଣ ରୁ ଗଣେଶ ପୂଜା ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇପାରି ନଥିଲା  । ଚଳିତ ବର୍ଷ ଅର୍କେଷ୍ଟ୍ରା ପାର୍ଟି ଙ୍କ ଦ୍ୱାରା ମେଲୋଡି କାର୍ୟ୍ୟକ୍ରମ ଅନୁଷ୍ଠିତ ହେଵା ସହ ଶୁକ୍ରବାର ଭସାଣି ଅନୁଷ୍ଠିତ ହେବ  ବୋଲି ସଭାପତି ଗଗନ କୁମାର ବେହେରା, ସମ୍ପାଦକ ବିବେକାନନ୍ଦ ପ୍ରଧାନ, ବିଶ୍ୱ ସୁନ୍ଦର ସାହୁ ତଥା   କର୍ମକର୍ତ୍ତା ଓ ସଦସ୍ୟ  ମାନେପ୍ରକାଶ କରିଛନ୍ତି । ସେହିପରି ୟଙ୍ଗ ଷ୍ଟାର କ୍ଲବ ଜନାର୍ଦ୍ଦନ ପୁର, ଉପୁଲେଈ କ୍ଲବ, ଗିରି ଗୋବର୍ଧନ କ୍ଲବ ପକ୍ଷରୁ ଗଣେଶ ପୂଜା ଉତ୍ସବ ଅନୁଷ୍ଠିତ ହେଉଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.