Thursday , September 29 2022
Home / ବ୍ୟବସାୟ ବାଣିଜ୍ୟ / କେନ୍ଦ୍ରାପଡା ଜୀବନବୀମା ଅଭିକର୍ତା ସଂଘର ବିକ୍ଷୋଭ ଧାରଣା

କେନ୍ଦ୍ରାପଡା ଜୀବନବୀମା ଅଭିକର୍ତା ସଂଘର ବିକ୍ଷୋଭ ଧାରଣା

କେନ୍ଦ୍ରାପଡ଼ା, ୦୨/୦୯/୨୦୨୨(ଓଡ଼ିଶା ସମାଚାର)- ସର୍ବ ଭାରତୀୟ ଜୀବନବୀମା ଅଭିକର୍ତା ସଂଘର ଡାକରାରେ ସଂଘର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ତିନିମୁହାଣୀସ୍ଥିତ ଜୀବନବୀମା କାର୍ଯ୍ୟାଳୟ ସମ୍ମୁଖରେ ଅଭିକର୍ତାମାନେ ହାତରେ କଳା ବ୍ୟାଚ୍ ପିନ୍ଧି ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଧାରଣା ଦିଆଯାଇଥିଲା । ସଂଘର କର୍ମକର୍ତାଙ୍କ ସମେତ କେନ୍ଦ୍ରାପଡା ଜିଲ୍ଲା ଶାଖାର ସମସ୍ତ ଅଭିକର୍ତା ଓ ମାର୍ଶାଘାଇ ଜୀବନବୀମା ଶାଖା କାର୍ଯ୍ୟାଳୟ ସମ୍ମୁଖରେ ମାର୍ଶାଘାଇ ଜୀବନବୀମା ଅଭିକର୍ତାମାନେ ମଧ୍ୟ ହାତରେ କଳାବ୍ୟାଚ୍ ବାନ୍ଧି ଏହି ବିକ୍ଷୋଭ ଧାରଣାରେ ଯୋଗଦେଇଥିଲେ । ସଂଘର ଦାବି ଗୁଡିକ ମଧ୍ୟରେ ପଲିସୀଧାରୀଙ୍କୁ ପ୍ରଦାନ କରାଯାଉଥିବା ବୋନସକୁ ବୃଦ୍ଧି କରାଯିବା ଏବଂ ପ୍ରିମିୟମରୁ ଜିଏସଟିକୁ ବାଦ ଦେବା, ଋଣରେ ସୁଧ ହ୍ରାସ କରାଯିବା, ବୀମାଧାରୀଙ୍କୁ ସମସ୍ତ ସୁବିଧା ଓ ସୁଯୋଗ ପ୍ରଦାନ କରାଯିବା, ଦୀର୍ଘ ୬୬ବର୍ଷ ତଳେ ଜୀବନବୀମା ନିଗମ ପକ୍ଷରୁ ଅଭିକର୍ତାମାନଙ୍କ ପାଇଁ ପ୍ରସ୍ତୁତ ସୁବିଧା ସୁଯୋଗର ପରିବର୍ତନ କରାଯିବା, ଅଭିକର୍ତାମାନଙ୍କୁ ଗ୍ରାଚୁ୍ୟଇଟି ପ୍ରଦାନ ସହ ସେମାନଙ୍କ ଭବିଷ୍ୟତ ପାଇଁ ଆର୍ଥିକ ସୁରକ୍ଷାର ବ୍ୟବସ୍ଥା କରାଯିବା, ଚିଫ ଲାଇଫ ଇନସୁରାନ୍ସ ଆଡଭାଇଜର ଚ୍ୟାନେଲର ସୁବିଧା ପ୍ରଦାନ ପ୍ରଭୃତି ଦାବି ରହିଛି । ଜୀବନବୀମା ନିଗମର ଜନ୍ମଦିବସକୁ ବିରୋଧ କରି ଅଭିକର୍ତାମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଆସନ୍ତା ୫ତାରିଖରେ କଲମ ଛାଡ ଆନ୍ଦୋଳନ କରାଯିବା ଏବଂ ଆସନ୍ତା ୯ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡା ଶାଖାର ଅଭିକର୍ତାମାନେ କୌଣସି ବୀମା ବିଜନେସ ପ୍ରଦାନ ନକରିବାକୁ ସଂଘ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ଏଥିସହିତ ପ୍ରିମିୟମ ପଏନ୍ଟ ମଧ୍ୟ ବନ୍ଦ ରହିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଅଭିକର୍ତା ସଂଘର କେନ୍ଦ୍ରାପଡା ଶାଖା ସଭାପତି ନାରାୟଣ ଜେନା, ସମ୍ପାଦକ ଚିତରଞ୍ଜନ ଭଗତ, କୋଷାଧ୍ୟକ୍ଷ ଶୈଳଜା ଶଙ୍କର ସାମଲ, ଚିଫ ଲାଇଫ ଇନସୁରାନ୍ସ ଆଡଭାଇଜର ସଂଘର ସଭାପତି ରବିନାରାୟଣ ସିଂ, ସମ୍ପାଦକ ନିରଞ୍ଜନ ଖଟୁଆ, କୋଷାଧ୍ୟକ୍ଷ ଆଦିକନ୍ଦ ସ୍ୱାଇଁ, ବରିଷ୍ଠ ଅଭିକର୍ତା ବିଚିତ୍ରାନନ୍ଦ ବେହେରା, ମନୋରଞ୍ଜନ ରଥ, ଜୀତେନ୍ଦ୍ର ମହାନ୍ତି, ପ୍ରଦିପ କୁମାର ବାରିକ, ବିଜୟ ଆଚାର୍ଯ୍ୟ, ସୂର୍ଯ୍ୟକାନ୍ତ ନାୟକ, ଫକିର ଚରଣ ଖୁଂଟିଆ, ଶରତ କୁମାର ପ୍ରଧାନ, ଅଭୟ କୁମାର ନାୟକ, ସଚିଦାନନ୍ଦ ରାଉତ, ହରେକୃଷ୍ଣ ଭୋଳ, ଭରତ ଚନ୍ଦ୍ର ଜେନା ପ୍ରମୁଖ ଅଂଶଗ୍ରହଣ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.