Wednesday , May 31 2023
Home / ବିଶେଷ / କେନ୍ଦ୍ରାପଡାର ନୂତନ ଏସଡିପିଓ ଭାବେ ଯୋଗଦେଲେ ଜୟନ୍ତ ମହାପାତ୍ର

କେନ୍ଦ୍ରାପଡାର ନୂତନ ଏସଡିପିଓ ଭାବେ ଯୋଗଦେଲେ ଜୟନ୍ତ ମହାପାତ୍ର

କେନ୍ଦ୍ରାପଡ଼ା,୦୨/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଏସଡିପିଓ ଭାବେ ଶୁକ୍ରବାର ଯୋଗଦେଇଛନ୍ତି ଜୟନ୍ତ କୁମାର ମହାପାତ୍ର । ଏଥିପୂର୍ବରୁ ଶ୍ରୀ ମହାପାତ୍ର ଗଞ୍ଜାମର ଆଇୟୁସିଏଡବ୍ଲୁ ଡିଏସପି ଭାବେ କାର୍ଯ୍ୟରତ ଥିଲେ । ଏଠାରେ ଯୋଗଦେବା ପରେ ଏସଡିପିଓ ଶ୍ରୀ ମହାପାତ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଥାନାର ଆଇ.ଆଇ.ସି. ମାନଙ୍କ ସମେତ ବିଭାଗୀୟ କର୍ମଚାରୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ସାକ୍ଷାତକରି ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଏଠାରେ ଥିବା ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କୁ ବ୍ରହ୍ମପୁର ଏସଡିପିଓ ଭାବେ ବଦଳି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.