ଗରଦପୁର, ୦୨/୦୯/୨୦୨୨(ଓଡ଼ିଶା ସମାଚାର)-ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଭାବେ ଗରଦପୁର ବ୍ଲକ୍ ର ପୂର୍ବତନ ଜିଲା ପରିଷଦ ସଦସ୍ୟା କନକ ଲତା କଂଠ ଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀମତୀ କଂଠ ଦ୍ୱିତୀୟ ଥର ପାଇଁ ଦଳ ତରଫରୁ ଏହି ଦାୟିତ୍ୱ ପାଇ ଥିବାରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥି ସହ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଭାନେତ୍ରୀ ସ୍ନୋହାଙ୍ଗନିନୀ ଛୁରୀଆଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଜୁ ଜନତା ଦଳ ଗଠନ ଆରମ୍ଭରୁ ତାଙ୍କ ପରିବାର ଦଳର ନୀତି ଓ ନବୀନ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟ କରି ଦଳ ଯେତେବେଳେ ଯେଉଁ ଦାୟିତ୍ୱ ତାଙ୍କୁ ଦେଇଛି, ସେ ସୁଚାରୁ ରୂପେ ତୁଲାଇଛନ୍ତି ବୋଲି ଶ୍ରମତୀ କଂଠ ପ୍ରକାଶ କରିଛନ୍ତି । ଦୀର୍ଘ ୧୫ ବର୍ଷ ଧରି ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ସହ ଜଡ଼ିତ ରହି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଶ୍ରୀମତୀ କଂଠ ଙ୍କ ନିଯୁକ୍ତି ରେ ତାଙ୍କ ଅଗଣିତ ଶୁଭେଛୁ ଖୁସି ବ୍ୟକ୍ତ କରିଛନ୍ତି । ତାଙ୍କର ଏହି ନିଯୁକ୍ତି ନେଇ ସେ ଜିଲାର ସମସ୍ତ ବିଧାୟକ, ସାଂସଦ, ସଭାପତି ଓ ଅଂଚଳର ସମସ୍ତ ଜନ ସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର