Wednesday , May 31 2023
Breaking News
Home / ବିଶେଷ / ଆଦିବାସୀ ନୃତ୍ୟରେ ଦର୍ଶକ ବିଭୋର –

ଆଦିବାସୀ ନୃତ୍ୟରେ ଦର୍ଶକ ବିଭୋର –

ପଲ୍ଲୀ ଉତ୍ସବ ର ତୃତୀୟ ସଂନ୍ଧ୍ୟା

ନିରାକାରପୁର ,୦୨/୦୯/୨୦୨୨(ଓଡ଼ିଶା ସମାଚାର)-ଉତ୍କର୍ଷ କଳାର ରାଜ୍ୟ ଆମ ଓଡିଶା । ଆମ ଓଡିଆ ଜାତିକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ଏହି ଉତ୍କଳୀୟ କଳା । ହଜି ଯାଉଥିବା ଲେକ କଳା ଉଜ୍ଜିବିତ କରି ଓଁଶ୍ରୀ ଗୃପ୍ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛି ବୋଲି ଏକଦଶତମ ତମ ଜଙ୍କିଆ ପଲ୍ଲୀ ଉତ୍ସବର ତୃତୀୟ ସଂନ୍ଧ୍ୟାରେ ଅତିଥି ଗଣ ମତବ୍ୟକ୍ତ କରିଛନ୍ତି । ତୃିତୀୟ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟ ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡ.ଦିଲ୍ଲୀପ ଶ୍ରୀଚନ୍ଦନ,ସମ୍ମାନୀତ ଅତିଥି ଭାବେ ଜଙ୍କିଆ ଗ୍ରାମପଂଚାୟତ ସମିତି ସଭ୍ୟ ଇଶ୍ୱର ଚନ୍ଦ୍ର ମାର୍ଥା,ଅନ୍ୟତମ ଅତିଥି ଭାବେ ସମାଜସେବୀ ଅକ୍ଷୟ ଉଦୟସିଂହ, ପ୍ରମୁଖ ଅତଥି ଭାବେ ଯୋଗଦେଇ ଥିଲେ । ଓଁ ଶ୍ରୀ ଗୃପ୍ ସଭାପତି କୃଷ୍ଣଚନ୍ଦ୍ର ନରେନ୍ଦ୍ର ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ସଂଯୋଜକ ବିଶ୍ୱଭୂଷଣ ଛୋଟରାୟ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପସ୍ଥାପକ କମଳେଶ ମହାରଣା,ଅଶ୍ୱନୀ ମହାନ୍ତି ମଂଚ ପରିଚାଳନା କରିଥିଲେ । ପରେ ଆରମ୍ଭ ହୋଇଥିଲା ସାସ୍କୃତିକ ସଂନ୍ଧ୍ୟା । ଢ଼େମସା ଆଦିବାସୀ ନୃତ୍ୟ ରାୟଗଡା କଳାକାରମାନଙ୍କ ନିଖୁଣ ଅଭିନୟରେ ଦର୍ଶକ ମାନେ ମନ୍ତ୍ର ମୁଧ୍ ହୋଇଯାଇଥିଲେ । ଆଦିବାସୀ ମାନଙ୍କ ପ୍ରଚିନ ପରମ୍ପରା ନାଚ ଗୀତ ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ । ପରେ ଶିଳ୍ଲୀ ଏନ୍ଟରଟେନମେଂଟ ପୁରୀର କଳାକାର ମାନଙ୍କ ଦ୍ୱାରା ରାଧାକୃଷ୍ଣ ରାସଲିଳାରେ ଦର୍ଶକ ମାନେ ବାନ୍ଧି ହୋଇଯାଇଥିଲେ । ପୁରାଣ କଥାବସ୍ତୁରୁ ରଚିତ କୃଷ୍ଣ ଳିଳା ସଂଗୀତର ତାଳେ ତାଳେ ପରିବେଷଣ କରିଥିଲେ । ପରେ ଗଣେଶ ବନ୍ଦନା ପରିବେଷଣ କରିଥିଲେ । ପରେ ଶ୍ରୀସାଇ ଡ୍ୟାନ୍ସ ଏକାଡେମୀ ନିରାକାରପୁର କଳାକାର ମାନଙ୍କ ଦ୍ୱାରା ଶିବ ତାଣ୍ଡବ ଗଣେସ ବନ୍ଦନା ପରିବେଷଣ କରାଯାଇଥିଲା । ଗୁରୁ ସଂଯୁକ୍ତା ରାଣୀ ରାଉତରୟଙ୍କ ସ୍ୱର ସଂଯୋଜନାରେ କଳାକାର ମାନେ ନିଖୁଣ ଅଭିନୟରେ ଦର୍ଶକ ମାନେ ନିଜକୁ ହଜାଇ ଦେଇଥିଲେ । ପାଗ ଅନୁକୂଳ ଥିବାରୁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଦର୍ଶକ ମାନେ ମିନା ବଜାରରେ କିଣାବିକା କରିବା ସହିତ ଚଟ୍ ପଟି ଖାଦ୍ୟର ମଜା ନେଉଛନ୍ତି । ଅନୁଷ୍ଠାନ ତରଫରୁ ବହୁ ସରକାରୀ ବେସରକାରୀ ଷ୍ଟଲ ଖୋଲାଯାଇଛି ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦିପ୍ତ ରାଉତରୟ,ବୁଦ୍ଧଦେବ ଚମ୍ପତି,ଦାଶରଥି ବିଶୋଇ,ବୈକୁଣ୍ଠ ନାଥ ମଲ୍ଲ,ପ୍ରଦିପ୍ତ ପାଟ୍ଟଶାଣୀ,ସୁରେନ୍ଦ୍ର ନାଥ ଜେନା ତଥା ଓଁ ଶ୍ରୀ ଗୃପ୍ ର ସଭ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.