Saturday , June 10 2023
Breaking News
Home / ବିଶେଷ / ୨୨ ଟିମଣ୍ଡପ ରେ ପୂଜା ପାଉଛନ୍ତି ଗଜାନନ,୫ ଓ ୬ ମେଲଣ , ୭ ରେ ଭସାଣି

୨୨ ଟିମଣ୍ଡପ ରେ ପୂଜା ପାଉଛନ୍ତି ଗଜାନନ,୫ ଓ ୬ ମେଲଣ , ୭ ରେ ଭସାଣି

 ଭୁବନ,୦୧/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନରେ ଦ୍ୱିତୀୟ ଦଶହରାର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ଗତକାଲି ଠାରୁ ଆରମ୍ଭ ହୋଇଛି । ପୂଜା ପାଇଁ ସମଗ୍ର ସହର ଉତ୍ସବ ମୁଖର ହୋଇପଡିଛି । ଡାକବଙ୍ଗଳା ଛକ , ଶ୍ରୀରାମମନ୍ଦିର ପରିସର ,କାଳୀବଜାର ଠାରୁ ନୀଳମାଧବ ପେଟ୍ରୋଲ ପମ୍ପ (ବାଇପାସ ଛକ)ମଧ୍ୟରେ ୨୨ ଟି କ୍ଲବ ପକ୍ଷରୁ ଅସ୍ଥାୟୀ ମଣ୍ଡପରେ ଗତକାଲିଠାରୁ ପୂଜା ପାଉଛନ୍ତି ବିଘ୍ନ ବିନାଶକ ପ୍ରଭୁ ଗଜାନନ । କାଳିବଜାର ,ଅରବିନ୍ଦ ମାର୍ଗ ଓ ବାଇପାସ ଛକରେ ପୋଲିସ ପକ୍ଷରୁ ବ୍ୟାରିକେଡ  ଦ୍ୱାରା ନୋ ଏଣ୍ରି୍ଟ କରାଯାଇ ପୂଜାସ୍ଥଳକୁ ଭାରିଯାନ ଓ ବାଇକ ବାରଣ କରାଯାଉଛି । ସୁଉଚ୍ଚ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ଓ ରଙ୍ଗିନ ଆଲୋକ ମାଳାରେ ଝଲସୁଛି ଭୁବନ । ସଂଧ୍ୟାପରଠାରୁ ବିଳମ୍ବିତ ରାତି ଯାଏ ପ୍ରବଳ ଗହଳି ହେଉଛି । ରାମମନ୍ଦିର ପରିସରେ ଗଣପତ କ୍ଲବ ତରଫରୁ କେଦାରନାଥ ମନ୍ଦିର ର ଅବିକଳ ନକଲ ତିଆରି ହୋଇଥିବାରୁ ସେଠାରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ସୂର୍ଯ୍ୟାଂଶୁ କ୍ଲବ ତରଫରୁ ନିର୍ମିତ‘ଆଇ ଲଭ ଭୁବନ’ ସେଲ୍ଫି ପଏଣ୍ଟ ରେ ମଧ୍ୟ ଅନୁରୂପ ଭିଡ ପରିଲକ୍ଷିତ ହେଉଛି । ୨୦୦୦ ମସିହା ପର ଠାରୁ ମାଟ୍ରିକ ପାସଆଉଟ ଛାତ୍ରମାନେ ଗୋଟିଏ ଗୋଟିଏ କ୍ଲବ କରି ଗଣେଶ ପୂଜା କରି ଏହାକୁ ବର୍ତମାନ ଗଣପର୍ବରେ ପରିଣତ କରିଛନ୍ତି । ଆସନ୍ତା ୪ ତାରିଖ ଯାଏ ସମସ୍ତ ପୂଜା ମଣ୍ଡପରେ ଗଜାନନ ଙ୍କ ପୂଜା ଅନୁଷ୍ଠିତ ହେବ ।  ୫ ଓ ୬ ତାରିଖ ଦିନ ସଂଧ୍ୟାରେ ମେଲଣ ପଡିଆରେ ଗଣେଶ ମେଲଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ୭ ତାରିଖ ଦିବା୧୨ଘଟିକାରେ ଭସାଣି ଉତ୍ସବ ଅନୁଷ୍ଠିତହେବ । ଓଡ଼ିଶା ସମାଚାର

Leave a Reply

Your email address will not be published.