Thursday , June 1 2023
Breaking News
Home / ରାଜନୀତି / ଵିଜୁ ମହିଳା ଜନତା ଦଳର କଟକ ଜୋନ୍ ସଭାପତି ହେଲେ ସୁଭଦ୍ରା ଦାସ

ଵିଜୁ ମହିଳା ଜନତା ଦଳର କଟକ ଜୋନ୍ ସଭାପତି ହେଲେ ସୁଭଦ୍ରା ଦାସ

କଟକ ସଦର,୦୧/୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ପୂର୍ଵର ସମସ୍ତ ଆଦେଶକୁ ରଦ୍ଦ କରି ଵିଜୁ ମହିଳା ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଵିଜୁ ମହିଳା ଜନତା ଦଳର ନୂତନ ରାଜ୍ୟ କମିଟି ଘୋଷଣା କରିଛନ୍ତି। ଏଥିରେ କଟକ ଜିଲ୍ଲା ୭ ନମ୍ବର କିଶନନଗର ଜିଲ୍ଲା ପରିଷଦ ଜୋନର ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସଙ୍କୁ କଟକ ଜୋନର ସଭାପତି ଦାୟିତ୍ୱ ମିଳିଛି।ଏହି ଜୋନରେ କଟକ,କଟକ ସିଟି, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି।ଏହି ନୂତନ ନିଯୁକ୍ତିକୁ ନେଇ କଟକ ସଦର ଅଞ୍ଚଳ ସହିତ ବିଶେଷ କରି କିଶନନଗର ଅଞ୍ଚଳର ବିଜେଡି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଥିବା ବେଳେ ସୁଭଦ୍ରା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ରାଜ୍ୟ ସାଂଗଠାନିକ ସଂପାଦକ ପ୍ରଣଵ ପ୍ରକାଶ ଦାସ,କଟକ ଜିଲ୍ଲା ବିଜେଡ଼ି ସଭାପତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.