Thursday , June 8 2023
Breaking News
Home / ବିଶେଷ / ଯମୁନାକୋଟ ଗ୍ରାମରେ ରାସନ ସାମଗ୍ରୀ ହେରଫେର

ଯମୁନାକୋଟ ଗ୍ରାମରେ ରାସନ ସାମଗ୍ରୀ ହେରଫେର

ଥାନାରେ ଅଭିଯେଗ ପରେ ହିତାଧିକାରୀଙ୍କୁ ଚାଉଳ ମିଳିଲା

ଭୁବନ ୦୧/୦୯/୨୦୨୨(ଓଡ଼ିଶା ସମାଚାର)- ଦାରିଦ୍ର୍ୟ ସୀମାରେଖା ତଳେ  ଥିବା ଗରିବ ଲୋକଙ୍କୁ ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଯୋଗାଇ ଦେଉଥିବାବେଳେ କେନ୍ଦ୍ରସରକାର ମାସିକ ମୁଣ୍ଡପିଛା ୫ କିଲୋ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ଡିଲରମାନେ ଏଥିରେ ବ୍ୟାପକ ହେରାଫେରି  କରୁଥିବା ଅଭିଯୋଗ ହୋଇ ଆସୁଥିବାବେଳେ ଥାନାଧିକାରୀ ଙ୍କ ଧମକ ପରେଏହି ଘଟଣା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଗ୍ରାମରେ ରାସନ ସାମଗ୍ରୀ ବଂଟନ ଦାୟିତ୍ୱ ନେଇଥିବା ଗୋଷ୍ଠୀ ପ୍ରବଳ ହେରାଫେରି କରୁଥିବା ସଂପର୍କରେ ଭୁବନ ଥାନାରେ ଅଭିଯୋଗ ହେବା ଏବଂ ଆଇଆଇସି ଙ୍କ ତାଗିଦ ପରେ ହିତାଧିକାରୀ ଚାଉଳ ପାଇବା ଘଟଣା ସ୍ଥାନୀୟ ଅଂଚଳରେ ମୁଖ୍ୟଚର୍ଚ୍ଚା ଓ ଆଲୋଚନାର ବିଷୟ ହୋଇଛି । ଖୋଦ ବ୍ଲକ ଅଧ୍ୟକ୍ଷା ଙ୍କ ଗ୍ରାମରେ ଏପରି କେଳେଙ୍କାରି ଚାଲିଥିବାବେଳେ ଅନ୍ୟ ଅଂଚଳ  କଥା  କଣ ତାହା ସହଜରେ ଅନୁମେୟ ବୋଲି ବୁଦ୍ଧିଜୀବୀ ମହଲ  ଆଲୋଚନା କରୁଛନ୍ତି । ଘଟଣାରୁ ପ୍ରକାଶ ଯେ , ଯମୁନାକୋଟ ଗ୍ରାମର ରଂଜନା ମଳିକ , ନରେଶ ସାହୁ,କୁମ୍ଭ ପାଣି,ଫୁଲ ମଳିକ  ପ୍ରମୁଖ ୨୨ ଜଣ ବ୍ୟକ୍ତିଙ୍କର ରାସନ ସାମଗ୍ରୀ ହଡପ ହେଉଥିବା ସଂପର୍କରେ ବିଡିଓ ଏବଂ ଯୋଗାଣ ନିରୀକ୍ଷକ ଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେବାସତ୍ୱେ ସେମାନଙ୍କୁ ଚାଉଳ ମିଳୁନଥିଲା । ଶେଷରେ ଭୁବନ ଥାନାରେ ଲିଖିତ ଅଭିଯୋଗ ହେବାପରେ ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଘଟଣାର ତଦନ୍ତକରି ଯମୁନାକୋଟ ଗ୍ରାମରେ ରାସନ ସାମଗ୍ରୀ ବଂଟନ ଦାୟିତ୍ୱ ନେଇଥିବା ଗ୍ରାମ୍ୟକମିଟିର ଶାନ୍ତନୁ ଓଝା , ବିରଂଚି ନାୟକ ,ବିଜୁ ବେହେରାଙ୍କୁ ତାଗିଦ କରିଥିଲେ । ଗତ ଜାନୁଆରୀ ମାସରୁ ସେପ୍ଟେମ୍ବର ମାସଯାଏ ଅଭିଯୋଗକାରୀଙ୍କୁ ଚାଉଳ ମିଳିଥିବା ଜଣାପଡିଛି । ତେବେ ନିୟମିତଭାବେ ରାସନ ସାମଗ୍ରୀ ହେରାଫେରି କରୁଥିବା ଗୋଷ୍ଠୀ ଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ସତ୍ୱେ ସେମାନଙ୍କୁ କାହିଁକି ଦାୟିତ୍ୱରେ ରଖାଯାଇଛି ତାହାହିଁ ମୂଳ ପ୍ରଶ୍ନ । ଯଥାଶୀଘ୍ର ସେମନଙ୍କ ହାତରୁ ବଂଟନ ଦାୟିତ୍ୱ ଅଣାଯାଇ  ଅନ୍ୟ  କୌଣସି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଦିଆଯିବାକୁ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.