ନିରାକାରପୁର, ୦୧/୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ର ବିଭିନ୍ନ ପୂଜା ମଣ୍ଡପରେ ବେଶ୍ ଧୁମଧାମରେ ଗଜାନନଙ୍କ ପୂଜା ଅର୍ଚ୍ଚନା ହେଉଛି। ଏହି ଅବସରରେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ଲେଣ୍ଡୂ ପଞ୍ଚାୟତ ଆରେଡି ସୌରିଚରଣ ସଂସ୍କୃତ ମହାବିଦ୍ୟାଳୟ, ଧଉଳିମୁଂହ୍ ପଞ୍ଚାୟତ କାଇମାଟିଆ, ନିରାକାରପୁର ନରେନ୍ଦ୍ରପୂର୍ ସାହି, ନନପଡା ସାହି ଓ ଓରବରସିଂ , ଗୋଲବାଈ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଗଣେଶ ପୂଜା ମଣ୍ଡପକୁ ଯାଇ ପ୍ରଭୁଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ। ଓଡ଼ିଶା ସମାଚାର