ଭୁବନ ୦୧/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ କାଶୀ ବିଶ୍ୱନାଥ ମନ୍ଦିର (ଛତାମଠ) ଠାରେ ପରମ ପୂଜ୍ୟ ବାବା ପ୍ରେମାନନ୍ଦ ଗିରି ଙ୍କର ୬୩ ତମ ଶ୍ରାଦ୍ଧୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବାବା ରାମାନନ୍ଦ ଭାରତୀ ଙ୍କ ଅଧ୍ୟକ୍ଷତା ଓ କାଶୀବିଶ୍ୱନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ହରିହର ସାହୁ ଙ୍କ ପରିଚାଳନାରେ ଅନୁଷ୍ଠିତ ଶ୍ରାଦ୍ଧୋତ୍ସବରେ ବହୁସାଧୁ ସନ୍ଥ ଯୋଗ ଦେଇଥିଲେ । ସଂଧ୍ୟାରେ ଭାଗବତ ଚର୍ଚ୍ଚା ଓ ନାମ ସଂକୀର୍ତନ କରାଯାଇଥିଲା । ବହୁ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ସାମୁହିକ ପ୍ରସାଦ ସେବନ କରିଥିଲେ । ପରିଚାଳନା କମିଟି ସଦସ୍ୟ ସଦାନନ୍ଦ ନାୟକ , ପର୍ଶୁରାମ ପୋଥାଳ , ଦିଲ୍ଲୀପ କୁମାର ଦାସ , ସୁରେନ୍ଦ୍ର କୁମାର ପୋଥାଳ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ଓଡ଼ିଶା ସମାଚାର