Wednesday , May 31 2023
Home / ତାଜା ଖବର / ପୋଖରୀରେ ବୁଡ଼ି ଯୁବତୀ ମୃତ

ପୋଖରୀରେ ବୁଡ଼ି ଯୁବତୀ ମୃତ

ରଘୁନାଥପୁର, ୦୧/୦୯/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେଢ଼ୁଆ ପଂଚାୟତ ମଜୁରାଇ ଗ୍ରାମର ସରୋଜ ମଲିକ ଙ୍କ ଝିଅ ସ୍ମୃତି ରେଖା ମଲିକ (୨୧ବର୍ଷ) ଆଜି ଦିନ ୧୨ ଟା ବେଳେ ଘର ନିକଟରେ ଥିବା ପୋଖରୀକୁ ଲୁଗାପଟା ସଫା କରିବାକୁ ଯାଇଥିଲେ । ତେବେ ଅନେକ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରି ପୋଖରୀ ନିକଟରେ ସଫା ହେବାକୁ ଥିଲା ଲୁଗାପଟା ଦେଖିଥିଲେ । ତାଙ୍କୁ ନପାଇ ସନ୍ଦେହରେ ପୋଖରୀ ଭିତରେ ପସି ଖୋଜିବାରୁ ସେ ପଙ୍କ ଭିତରେ ଲାଗିଥିବା ଅବସ୍ଥାରେ ପାଇ ତୁରନ୍ତ ନିକଟସ୍ଥ ରେଢ଼ୁଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ରଘୁନାଥପୁର ଥାନାକୁ ଖବର ଦେଇଥିଲେ । ରଘୁନାଥପୁର ପୋଲିସ ମର ଶରୀରକୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.