Wednesday , May 31 2023
Home / ତାଜା ଖବର / ପାଣିରେ ବୁଡ଼ି ଶିଶୁ କନ୍ୟାର ମୃତ୍ୟୁ

ପାଣିରେ ବୁଡ଼ି ଶିଶୁ କନ୍ୟାର ମୃତ୍ୟୁ

ନିରାକାରପୁର,୦୧/୦୯/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ପଞ୍ଚାୟତ ରମାବିଲି ଗ୍ରାମର ପ୍ରକାଶ ପ୍ରଧାନଙ୍କ ଦୁଇ ବର୍ଷର ଝିଅ ଆଜି ସକାଳେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ରମାବିଲି ଟାଙ୍ଗୀ ସାହିର ପ୍ରକାଶ ପ୍ରଧାନଙ୍କ ଦୁଇ ବର୍ଷର ଝିଅ ଆରାଧ୍ୟ ପ୍ରଧାନ ନିଜ ଜେଜେ ବାପା ଙ୍କ ସହିତ ବିଲକୁ ଯିବାକୁ ସକାଳ ୭ ଟା ବେଳେ କାନ୍ଦିବା ରୁ ଜେଜେ ଗୋଟେ କୁରୁକୁରେ ଖାଇବାକୁ ଦେଇ ଝିଅ ଘର ଦାଣ୍ଡଦୁଆର ରେ ବସିଥିବାବେଳେ ଜମିକୁ ଚାଲିଯାଇଥିଲେ। ପରେ ଝିଅ କିଛି ସମୟ ପରେ ଉକ୍ତ ବାଟ ଦେଇ ବିଲକୁ ଯିବାବେଳେ ଅସାବଧାନତା କାରଣରୁ ବିଲ ପାଣି ଭିତରକୁ ଗୋଡ ଖସି ଯିବାରୁ ଆଉ ପାଣିରୁ ବାହାରି ନପାରି ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। ପରେ ପରିବାର ଲୋକେ ସବୁଆଡେ ଖୋଜି ଶେଷରେ ବିଲ ପାଣିରେ ଭାସୁ ଥିବାର ଦିନ  ଗୋଟାଏ ବେଳକୁ ଦେଖିବାକୁ ପାଇଲେ। ଏ ନେଇ ଜଂକିଆ ଥାନାରେ ଏକ ଅଭିଯୋଗ କରାଯିବ ପରେ ଜଂକିଆ ପୋଲିସ ଶିଶୁ କନ୍ୟାର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.