ନଣ୍ଡା ପାଇଁ ସବୁଦିନେ ଶ୍ରଦ୍ଧାଞ୍ଜଳୀ ସଭା କଲେ ବି କମ ହୋଇଯିବ- ମନ୍ତ୍ରୀ ଅତନୁ ସବ୍ୟସାଚୀ
ପାଟକୁରା, ,୦୧/୦୯/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ନିର୍ବାଚନୀ ମଣ୍ଡଳୀର ଦକ୍ଷ ସାହାସୀ ଓ ପରୋପକାରୀ ଯୁବନେତା ସ୍ୱର୍ଗତ ଦିପ୍ତିକାନ୍ତ ପରିଜା ଓରଫ ନଣ୍ଡା ଙ୍କର ଆଜି ୨ୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ସାନଅଢଙ୍ଗା ପଞ୍ଚାୟତର ଅରିଲୋ ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ଏହିସଭାରେ ପାଟକୁରାର ପୁର୍ବତନ ବିଧାୟକ ତଥା ବର୍ତ୍ତମାନର ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ଅତନୁସବ୍ୟସାଚୀ ନାୟକ ଯୋଗଦେଇ ସ୍ୱର୍ଗତ ପରିଜା ଙ୍କ ଫଟୋ ଚିତ୍ରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଥିଲେ ଯେ ତାଙ୍କ ରାଜନୀତି ଜୀବନରେ ଅତ୍ୟନ୍ତ ବିଶ୍ୱସ୍ତ ପରୋପକାରୀ ଓ ଦୁଃସାହାସୀ କର୍ମି ଯୁବନେତା ସ୍ୱର୍ଗତ ଦିପ୍ତିକାନ୍ତ ପରିଜା ଓରଫ ନଣ୍ଡା ର ସବୁଦିନେ ସ୍ମୃତିଚାରଣକଲେ ବି ତାହାପ୍ରତି କମ ହୋଇଯିବ । ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ ବିଜୁଜନତା ଦଳ ର ଯେତେବେଳେ ପାଟକୁରା ନିର୍ବାଚନ ମଣ୍ଡଳୀ ରେ ନିଅଁ ପଡିଥିଲା ସେଥିରେ ପ୍ରଥମ ଇଟା ଖଣ୍ଡେ ନଣ୍ଡା ହିଁ ପକାଇଥିଲା ।ରାଜନୀତିରେ ସଚୋଟ୍ ପଣିଆ ଓ ଆନୁଗତ୍ୟ ଗୁଣରେ ନଣ୍ଡାପରି ପିଲା କେଉଁଠାରେ ଖୋଜି ପାଉନାହାନ୍ତି ବୋଲି ସେ କହିଥିଲେ । ନଣ୍ଡା କେବଳ ପାଟକୁରା ନିର୍ବାଚନୀ ମଣ୍ଡଳୀ ନୁହେଁ ସେ ସାରା ଓଡିଶାର ନେତୃମଣ୍ଡଳୀ ମାନଙ୍କ ସହିତ ବ୍ୟକ୍ତିଗତ ଭାବେ ସୁସମ୍ପର୍କ ରଖିଥିଲେ । ନଣ୍ଡା ଜଣେ ଏପରି ପରୋପକାରୀ କର୍ମି ଥିଲା ତା ପ୍ରତି ସମସ୍ତଙ୍କର ଭଲପାଇବା ଥିଲା ଓ ଭୟ ବି ଥିଲା । ତେଣୁ ଦିପ୍ତିକାନ୍ତ ପରିଜା ଓରଫ ନଣ୍ଡା ନାମରେ ଏକ ସ୍ମୃତି କମିଟି ଗଠନ କରାଯାଇ ନଣ୍ଡାର ସାହାସିକତା ,ପରୋପକାରିତା ଓ ଦକ୍ଷ ରାଜନୈତିଜ୍ଞ ହେବାପାଇଁ ବିଭିନ୍ନ କାର୍ୟ୍ୟକ୍ରମ ମାଧ୍ୟମରେ ପ୍ରତିବର୍ଷ ଆଜିର ଦିନରେ ଉତ୍ତର ପିଢିମାନଙ୍କୁ ଏହି କମିଟି ମାଧ୍ୟମରେ ପ୍ରେରଣା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରସ୍ତାବ ରଖିଥିଲେ । ଏହି ସଭାକୁ ଯୁବନେତା ତଥା ପାଟକୁରା ପଞ୍ଚାୟତର ସମିତିସଭ୍ୟ ରାକେଶ ମହାପାତ୍ର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗରଦପୁର ବ୍ଲକ ବିଜେଡି ପୁର୍ବତନ ସଭାପତି ବିପିନ ବିହାରୀ ସାମଲ, ମାର୍ଶାଘାଇ ବ୍ଲକ ସଭାପତି ସଂଜୟ ଲେଙ୍କା, ମନ୍ତ୍ରୀ ଶ୍ରୀ ନାୟକଙ୍କର ମାର୍ଶାଘାଇ ବ୍ଲକ ପ୍ରତିନିଧି ଗଙ୍ଗାଧରପରିଡା, ଶୈଳେନ୍ଦ୍ର ମହାନ୍ତି , ଗରଦପୁର ସମିତିସଭ୍ୟ ଦିଲିପ ପଣ୍ଡା, ରବିନ୍ଦ୍ର ମହାପାତ୍ର , ଅଶୋକ ଜେନା, ଭୁବନମୋହନ ଜେନା, ବରିଷ୍ଠ ସାମ୍ବାଦିକ ବିଚିତ୍ର ମୋହନ ପଟ୍ଟନାୟକ ଓ ଶ୍ରୀକାନ୍ତ ନାୟକ, ସମାଜସେବୀ ନରୋତ୍ତମ ପରିଡା, ତିର୍ତ୍ତୋଲ ବ୍ଲକ ଆତ୍ମାର ସଭାପତି ବସନ୍ତ ମହାପାତ୍ର , କେନ୍ଦ୍ରାପଡା ଜିଲ୍ଲାର ମୋ ପରିବାର ସମ୍ପାଦକ ନିରଂଜନ ପଣ୍ଡା , ସରପଞ୍ଚ ସନ୍ତୋଷ ମହାଳୀ, ଅଟଳବିହାରୀ ଜେନା, ଅଧ୍ୟାପକ ରମାକାନ୍ତ ପାଣି , ସମିତିସଭ୍ୟ ଦିଲିପ କମାର ସାହୁ, ସମିତିସଭ୍ୟ ସତ୍ୟଜିତ ସାହୁ , ମିର ଗୁଲାମ ଜିଲାନୀ , ସାନଅଢଙ୍ଗା ପଞ୍ଚାୟତ ସରପଞ୍ଚ ଅଭୟ ମଲ୍ଲ ଓ କିଶୋର ପଟ୍ଟନାୟକ ପ୍ରମୁଖ ସ୍ୱର୍ଗତ ପରିଜାଙ୍କର ସ୍ମୃତିଚାରଣ କରିଥିଲେ ।ଏହି କାର୍ୟ୍ୟକ୍ରମକୁ ହେମନ୍ତ ଦାସ, ସତ୍ୟରଂଜନ ମହାନ୍ତି , ଆକାଶ ମହାପାତ୍ର ପ୍ରମୁଖ ପରିଚାଳାନାରେ ସହ ଯୋଗ କରିଥିଲେ । ଓଡ଼ିଶା ସମାଚାର