ପଟ୍ଟାମୁଣ୍ଡାଇ,୦୧/୦୯/୨୦୨୨(ଓଡ଼ିଶା ସମାଚାର) – ବିଗତ କିଛିବର୍ଷ ଧରି କୋଭିଡ୍ ସତ୍ତ୍ବେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବିକାଶ ଇତିହାସ ସୃଷ୍ଟି କରିଛି ବୋଲି ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୌର ପରିଷଦ ଦ୍ୱାରା ନିର୍ମିତ ୩ଟି ବୃହତ୍ ପ୍ରକଳ୍ପ ସ୍ମାର୍ଟ ପାର୍କ, ଭେଣ୍ଡିଂ ଜୋନ ଓ ପ୍ରେକ୍ଷାଳୟ ଲୋକାର୍ପଣ ଉତ୍ସବରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ପ୍ରକାଶ କରିଛନ୍ତି ।ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ନବନିର୍ମିତ ପୌର ପରିଷଦ ପ୍ରେକ୍ଷାଳୟରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂସଦ ଶ୍ରୀ ମଙ୍ଗରାଜ କହିଲେ, କୋଭିଡ୍ ମହାମାରୀ ଯୋଗୁଁ ଓଡ଼ିଶାର ଅନେକ ପୌରାଞ୍ଚଳର ବିକାଶ ବାଧାପ୍ରାପ୍ତ ହୋଇଥିଲା। ତେବେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଦିଗଦର୍ଶନରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନେକ ବୃହତ ପ୍ରକଳ୍ପ କାର୍ଯ୍ୟକାରୀ କରି ଜନସାଧାରଣଙ୍କ ଆସ୍ଥାଭାଜନ ହେବା ସହ ପ୍ରଶଂସାର ପାତ୍ର ହୋଇଛି। ରାଜନଗର ବିଧାୟକ ଧ୍ରୁବ ସାହୁ ବରେଣ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ପାର୍କ, ସ୍ମାର୍ଟ ଶ୍ମଶାନ, ପ୍ରେକ୍ଷାଳୟ ଗୃହ, ଭେଣ୍ଡିଂ ଜୋନ, ଇନଡୋର ଷ୍ଟାଡ଼ିୟମ, କଚେରୀ ପୋଖରୀ ପୁନରୁଦ୍ଧାର, ଜଳନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ସହ ଉଜ୍ଜ୍ୱଳ ଆଲୋକୀକରଣ ଓ ପରିମଳ ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ସବ୍ ଡିଭିଜନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଇଛି। ରାସ୍ତାଘାଟ ଉନ୍ନତୀକରଣ ଓ ବିଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସହିତ ବନ୍ତୋଠାରେ ଏକ ଗ୍ରାମାଞ୍ଚଳ ଥାନା ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁରି ପ୍ରଦାନ କରିଛନ୍ତି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳକୁ ଓଡ଼ିଶାର ଏକ ଅଗ୍ରଣୀ ପୌରାଞ୍ଚଳରେ ପରିଣତ କରିବା ପାଇଁ ବିଧାୟକ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର ପଣ୍ଡା, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୌର ପରିଷଦ ବିକାଶରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପଦ ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏ ଅବସରରେ ୧୦ ଜଣ ହିତାଧିକାରୀ ଙ୍କୁ ପ୍ରତୀକାତ୍ମକ ଭାବେ ପଟ୍ଟା ବଣ୍ଟନ କରାଯାଇଥିବାବେଳେ ମେଗା ରକ୍ତଦାନ ଶିବିର ଆୟୋଜନ କରି ରେକର୍ଡ ୫୦୩ ୟୁନିଟ ରକ୍ତ ସଂଗ୍ରହ କରିଥିବା ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ସ୍ୱେଚ୍ଛାସେବୀ ବାବନ କୁମାର ସାହୁ, ଅଶୋକ ଧଳ, ଦେବାଶିଷ ନାୟକ ପ୍ରମୁଖଙ୍କୁ ମୁଖ୍ୟଅତିଥି ସାଂସଦ ଶ୍ରୀ ମଙ୍ଗରାଜ ସମ୍ୱର୍ଦ୍ଧିତ କରିଥିଲେ। ଶେଷରେ ପୌର ଉପାଧ୍ୟକ୍ଷା ଅନୁପ୍ରିପ୍ରିୟା ସାହୁ ଧନ୍ୟବାଦ ଦେଇଥିଲେ।
ଉତ୍ସବରେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀ, ବିଡିଓ ଭରତ ଚନ୍ଦ୍ର ପରିଡ଼ା, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାଉତ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ରାଜ୍ୟ ବିଜେଡି ସଂଗଠକ ମିଟୁ ଦାଶ, କାଉନସିଲର ଗୋପୀବଲ୍ଲଭ ନାୟକ, ମୃତ୍ୟୁଞ୍ଜୟ ପାଢ଼ୀ, ପ୍ରଶାନ୍ତ ବାରିକ, ଲାସ୍ୟମୟୀ ସାହୁ, ସାନିଆ ପରଭିନ, ପ୍ରିୟଙ୍କା ସେଠୀ, ସୁବାସ ମଲିକ, ଲକ୍ଷ୍ମୀପ୍ରିୟା ସାହୁ, ସନ୍ତୋଷ ଦାସ, ମଧୁସ୍ମିତା ମଲିକ, ସୁଧାମୟ ମଲିକ, ବିଦ୍ୟାଧର ସେଠୀ, ସମ୍ରାଟ ଜେନା, ଝରଣା ବେହେରା, ଶ୍ରୀମତୀ ମଲିକ, ମଳୟ ଓଝା, ଜ୍ଞାନେନ୍ଦ୍ର ପାତ୍ର, ବିଜୁ ଯୁବ ବାହିନୀ ସଭାପତି ସଂଗ୍ରାମ ସ୍ୱାଇଁ, ସମ୍ପାଦକ ଦିଲ୍ଲୀପ ସାହୁ, ନଗର ଯୁବ ବିଜେଡି ସମ୍ପାଦକ ଗୁଡ଼ୁ ବିଶ୍ୱାଳ, ଯୁବନେତା ବାବନ ସାହୁ, ଟୁଟୁ ମିଶ୍ର ଓ ଦିଗାମ୍ୱର ମିଶ୍ର, ରଶ୍ମୀରଞ୍ଜନ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେଲେ। ଉକ୍ତ କାର୍ଯ୍ୟକ୍ରମକୁ ସିଏମଏମ ପରିଚାଳକ ମାମିନୀ ପଣ୍ଡା, ସତ୍ୟାନନ୍ଦ ସାହୁ, ଅଭୟ ଦାଶ, ପ୍ରଫୁଲ୍ଲ ଦାଶ, ସରୋଜ ପଣ୍ଡା, ହୃଷିକେଶ ନାଥ ପ୍ରମୁଖ ପରିଚାଳନା କରିଥିଲେ। ଉତ୍ସବ ପୂର୍ବରୁ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପୌର ପରିଷଦ କାର୍ଯ୍ୟାଳୟରେ ବିଧାୟକ ଓ ପୌର ଅଧ୍ୟକ୍ଷ ପତାକା ଉତ୍ତୋଳନ କରିବା ସହିତ ମହାତ୍ମା ଗାନ୍ଧୀ ଓ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ସବଡିଭିଜନ ହସ୍ପିଟାଲରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ।