କଟକ ସଦର,୦୧/୦୯/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ’ ନୂତନ ଆଶା ଫାଉଣ୍ଡେସନ ‘ ପକ୍ଷରୁ ନିଆରା ଗଣେଶ ପୂଜା ପାଳନ କରାଯାଇଛି।ଏହି ଅଵସରରେ ସଂଗଠନର ପ୍ରତିଷ୍ଠାତା ସଭାପତି ରୁଦ୍ରନାରାୟଣ ପଣ୍ଡା, ଉପସଭାପତି ପଙ୍କଜ ଦାଶ, ସଂପାଦକ ବିଶ୍ବଜିତ ଦାଶ,ସହ ସଂପାଦକ କିଶନ ଦାଶ, କୋଷାଧ୍ୟକ୍ଷ ଋଷିକେଶ ପଣ୍ଡା, ମାର୍ଗଦର୍ଶକ ସତ୍ୟବ୍ରତ ତ୍ରିପାଠୀ ଙ୍କ ସହିତ ସମସ୍ତ ସଦସ୍ୟ ୪୨ ମୈ।ଜା ମୁକଵଧିର ବିଦ୍ୟାଳୟକୁ ଯାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଖାତା, କଲମ, ପେନସିଲ୍, ବିସ୍କୁଟ, କେକ୍, ଚକୋଲେଟ, ଥଣ୍ଡାପାନୀୟ ଵଣ୍ଟନ କରିଥିଲେ। ସଂଗଠନର ଏହି ନିଆରା କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର