ଭୁବନ,୦୧/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନର ଐତିହାସିକ ବଳଦଯାତ୍ରା ଓ ପ୍ରସିଦ୍ଧ ଦୁର୍ଗାପୂଜା ନିମନ୍ତେ ଗତକାଲି ଗଣେଶ ଚତୁର୍ଥୀ ଅବସରରେ ଦୁର୍ଗାଙ୍କ ଅନୁକୂଳ ମାଟି ଉଠିଥିଲା । କାଳୀ ବଜାର ଠାରୁ ବିଭିନ୍ନ ଦୁର୍ଗାପୂଜା ଓ ହରପାର୍ବତୀ ପୂଜାକମିଟି କର୍ମକର୍ତା ବାଜା ,ବାଣ ,କୀର୍ତନ ମଣ୍ଡଳୀ ଶୋଭାଯାତ୍ରାରେ ସହର ପରିକ୍ରମାକରି ରଗଡି ନାଳକୂଳରେ ପହଁଚି ଥିଲେ । ସେଠାରେ ପୂଜାର୍ଚ୍ଚନା କରି ଅନୁକୂଳ ମାଟି ଧରି ଫେରିଥିଲେ । ଚଳିତବର୍ଷ ଭୁବନରେ ସମୁଦାୟ ୧୨ ଟି ମଣ୍ଡପରେ ଦୁର୍ଗାପୂଜା ହେବ । ଐତିହାସିକ ତଥା ପାରମ୍ପରିକ ବଳଦ ଯାତ୍ରା ନିମନ୍ତେ ଗତକାଲି ଠାରୁ ବଳଦ ମାନଙ୍କୁ ବାଜା ବଜାଇ ସହର ପରିକ୍ରମା କରି ଅଭ୍ୟାସ କରାଯାଇଥିଲା । ଓଡ଼ିଶା ସମାଚାର