Saturday , June 10 2023
Breaking News
Home / ସ୍ୱାସ୍ଥ୍ୟ / ତାଳଚେର ମେଡିକାଲ କଲେଜ ନିର୍ଦ୍ଧାରିତ ସମୟ ରେ କାର୍ଯ୍ୟକ୍ଷମ ହେବ

ତାଳଚେର ମେଡିକାଲ କଲେଜ ନିର୍ଦ୍ଧାରିତ ସମୟ ରେ କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର,୦୧ /୦୯/୨୦୨୨(ଓଡ଼ିଶା ସମାଚାର)-ମହାନଦୀ କୋଲ ଫିଲ୍ଡ (ଏମ୍ ସିଏଲ୍ ) ଦ୍ୱାରା ତାଳଚେର ଠାରେ ନିର୍ମିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଏମ୍ ଆଇଏମ୍ ଏସ୍ ଆର)କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆରମ୍ଭ କରାଯିବ। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡିଏମଇଟିଙ୍କୁ ପତ୍ର ଲେଖି ଜାତୀୟ ଆର୍ୟୁବିଜ୍ଞାନ ପରିଷଦ (ଏନ୍ ଏମ୍ ସି)ର ମାର୍ଗଦର୍ଶୀକା ଅନୁସାରେ ପଦକ୍ଷେପ ନେବା ଲାଗି କୁହାଯାଇଛି। ଆଗାମୀ ତିନି ମାସ ମଧ୍ୟରେ ୩୩୦ ଶଯ୍ୟା ବିଶିଷ୍ଟ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଡିଏମଇଟି ଯଥାଶୀଘ୍ର ଏମସିଏଲ୍ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଡାକ୍ତରଖାନା ପାଇଁ ସେମାନେ ଆବଶ୍ୟକ କରୁଥିବା ଉପକରଣ, ସରଞ୍ଜାମ ସହିତ ଅବଶିଷ୍ଟ ନିର୍ମାଣ କାର୍ଯ୍ୟ ଶେଷ କରିବା ସମ୍ପର୍କରେ ଆଲୋଚନା କରିବେ। ସେଠାରେ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ନିୟୋଜନ ସମ୍ପର୍କରେ ଡିଏମଇଟି ପଦକ୍ଷେପ ନେବେ। ଆବଶ୍ୟକସ୍ଥଳେ ନୂଆ ପଦବୀ ସୃଷ୍ଟି କରାଯିବ। ସେହିପରି ୩୩୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ବାର୍ଷିକ ଖର୍ଚ୍ଚ ସମ୍ପର୍କରେ ଆଲୋଚନା କରି ବିଭାଗକୁ ଜଣାଇବା ପାଇଁ କୁହାଯାଇଛି। ଏହି ପତ୍ର ଉପରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡିଏମଇଟିଙ୍କୁ  ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.