ଜୁନାଗଡ,୦୧/୦୯/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ଏନଏସି ରେ ସ୍ଵାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱରା ପ୍ରଭାତ ଫେରି ଓ ନଗର ପରିକ୍ରମା କରାଯାଇଥିଲା । ପରେ ସହରରେ ଥିବା ବିଭିନ୍ନ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ଏନଏସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା, ପରିଷଦ ଓ କର୍ମଚାରୀ ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ପରିଷଦ କାର୍ୟ୍ୟଳୟ ପରିସରରେ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ପତକା ଉତ୍ତୋଳନ କାରିଥିଲେ । ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଏନଏସି ଅଧ୍ୟକ୍ଷ ଙ୍କ ସମେତ ଉପାଧ୍ୟକ୍ଷା ହିମାଦ୍ରୀ ନାୟକ, କାର୍ୟ୍ୟ ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର ପ୍ରମୁଖ ଜୁନାଗଡ଼ ସହରର ବିକାଶ ଓ ଆଗାମୀ ଦିନରେ ସହରକୁ ଏକ ଆଦର୍ଶ ଓ ପ୍ରଗତିଶିଳ ସହର ଭାବେ ଗଢିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା । କାର୍ୟ୍ୟକ୍ରମରେ କାଉନସିଲର ସଚିନ ଆନ୍ଧାନି, ଚକ୍ର ଧର ବାଗ,ଗୋପାଳ ଚନ୍ଦନ,କାହ୍ନନୁ ଚରଣ ବୈଠାରୁ, କୁନି ଶବର, ହିମାଦ୍ରୀ ସିନ୍ଦୁର, ପୁଷ୍ପାଞ୍ଜଳି ଦଣ୍ଡସେନା, ମାଧବୀ ବାଗ, ମଞ୍ଜୁ ଲାତା ସେଠି, ଭୂପେନ୍ଦ୍ର ଦଣ୍ଡସେନା, ମିନତୀ ମାଝୀ, ଓ କନିଷ୍ଟ ଯନ୍ତ୍ରୀ ଅରୁଣ ବେହେରା, କନ୍ଦ୍ରପ ଗୁରୁ ସମସ୍ତ କର୍ମଚାରୀ ଓ ନଗରବାସୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର