Wednesday , May 31 2023
Breaking News
Home / ବିଶେଷ / ଜଂକିଆ ପୋଲିସର ଛଣଗିରି ଗ୍ରାମରେ ଚଢ଼ାଉ ଜଣେ ଓ।ରେଣ୍ଟି ଗିରଫ କୋର୍ଟ ଚାଲାଣ

ଜଂକିଆ ପୋଲିସର ଛଣଗିରି ଗ୍ରାମରେ ଚଢ଼ାଉ ଜଣେ ଓ।ରେଣ୍ଟି ଗିରଫ କୋର୍ଟ ଚାଲାଣ

ନିରାକାରପୁର,୦୧/୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୂରୁଣା ଓ।ରେଣ୍ଟି ମାନଙ୍କୁ ଧରିବା ପାଇଁ ଜଂକିଆ ପୋଲିସ ପକ୍ଷରୁ ଅଭିଯାନ ଜୋରଦାର ହୋଇଛି।ଜଂକିଆ ଥାନା ପୋଲିସ ଆଜି ଛଣଗିରି ମୁସଲିମ ସାହିରେ ଚଢ଼ାଉ କରି ଏସ କେ ତଲିମକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏସ କେ ତଲିମ ନାମରେ ଜଂକିଆ ଥାନାରେ ୨୦୨୦ ମହିହାରୁ ଏକ କେସ ଥିଲା ସେ ପୋଲିସ ଆଖିରେ ଦିର୍ଘ୍ୟଦିନ ହେବ ଫେରାର ଥିଲା।ଏସ କେ ତଲିମ ନାମରେ ଆର୍ମ୍ସ ଆକ୍ଟ ଭଳି କେତେକ ସଗିଂନ ଦଫା ଲାଗିଥିଲା।ସେ ପୋଲିସ କୁ ଚକମା ଦେଇ ଦିର୍ଘଦିନ ହେବ ଫେରାର ଥିଲା।ଏସ କେ ତଲିମ ଗିରଫ ହେବା ପରେ ପୁରୁଣା କେସରେ ଜଡ଼ିତ ଥିବା ଜାମିନ ବିହୀନ ଓ।ରେଣ୍ଟ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।ଆଗକୁ ଫେରାର ଥିବା ଅଭିଯୁକ୍ତ ମାନଙ୍କୁ ଖୁବ ଶିଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି ତଦନ୍ତ କାରୀ ଅଧିକାରୀ ବେଣୁଧର ରାୟ। ଓଡ଼ିଶା ସମାଚାର

Leave a Reply

Your email address will not be published.