ଗଡମେକର କଳାକାରଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ରେ ଦର୍ଶକ ବିଭୋର
ନିରାକାରପୁର,୦୧/୦୯/୨୦୨୨(ଓଡ଼ିଶା ସମାଚାର)- ଆଜି ଖୋର୍ଦ୍ଧା ଜିଲ୍ଲା ଜଂକିଆ ବାସନ୍ତୀ କ୍ଲବ ପଡ଼ିଆରେ ଅନୁଷ୍ଠିତ ପଲ୍ଲୀ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା ରେ ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦର୍ଶକ ମନଭରି ଉପଭୋଗ କରିଥିବାବେଳେ ପଟ୍ଟାମୁଣ୍ଡାଇ ର ଗଡମେକର୍ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପରିବେଷିତ କରାଯାଇଥିବା ଓଡ଼ିଶୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିଭୋର କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ନିରାକାରପୁର ନୃତ୍ୟାଧରା ଶିଳ୍ପୀ ମାନଙ୍କ ସହ ଖୋର୍ଦ୍ଧା ଗୌରୀ ଫାଉଣ୍ଡେସନ କଳାକାରମାନେ ମଧ୍ୟ ନିଜନିଜର କଳା ପ୍ରଦର୍ଶନ ସମସ୍ତଙ୍କ ମନ ମୋହିଥିଲା। ଆଜିର ଦ୍ୱିତୀୟ ସନ୍ଧ୍ୟା ରେ କମିଟି ସଭାପତି କୃଷ୍ଣ ଚନ୍ଦ୍ର ନରେନ୍ଦ୍ରଙ୍କ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରାନଥ ମିତ୍ର , ମୁଖ୍ୟ ବାକ୍ତ।ଭାବେ ଚିଲିକା ବିଧାୟକ ଭାବେ ପ୍ରଶାନ୍ତ କୁମାର ଜଗଦେବ, ସମ୍ମାନୀତ ଅତିଥିଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ କୁମାର ଦଳେଇ, ସମିତିସଭ୍ୟ ଈଶ୍ୱର ଚନ୍ଦ୍ର ମାର୍ଥା, ସମାଜସେବୀ ଅକ୍ଷୟ ଉଦୟସିଂ, କାର୍ଯ୍ୟକ୍ରମ ମୁଖ୍ୟ ସଂଯୋଜକ ବିଶ୍ବଭୂଷଣ ଛୋଟରାୟ ପ୍ରମୁଖ ଯୋଗଦେଇ ଏହି ଅଞ୍ଚଳର ବିକାଶ ସହିତ ସ୍ଥାନୀୟ କଳାକାର ମାନଙ୍କ ଅନ୍ତର୍ନିହିତ କଳାକୁ ବିକଶିତ କରିବା ପାଇଁ ଏହା ଏକ ପ୍ରକୋଷ୍ଠ ସ୍ଥାନ ବୋଲି ମତବ୍ୟକ୍ତ କରିଥିଲେ।
ଉପସ୍ଥାପକଭାବେ କମଳେଶ ମହାରଣା, ଅଶ୍ଵିନୀ ମହାନ୍ତି ଥିବାବେଳେ ଦାଶରଥି ବିଶୋଇ, ପ୍ରଦୀପ୍ତ ପାଟ୍ଟଶାଣୀ , କେଦାର ବଳବନ୍ତରାୟ, ପ୍ରଦୀପ୍ତ ରାଉତରାୟ, ସୁରେନ୍ଦ୍ରନାଥ ଜେନା ଓ ବୁଦ୍ଧଦେବ ଚଂପତି ପ୍ରମୁଖଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ। ଏହି ପଲ୍ଲୀ ଉତ୍ସବ ପଡ଼ିଆରେ ଲୋକମାନଙ୍କୁ ରମଦୋଲି, ଡ୍ରାଗୋନ ଟ୍ରେନ ଓ ବ୍ରେକ ଡାନ୍ସ ବେଶ ଆକୃଷ୍ଟ କରିଥିବାବେଳେ ବିଭିନ୍ନ ଘରକରଣା ଜିନିଷ, ଖେଳନା ଦୋକାନ ରେ ଲୋକଙ୍କ ଭିଡ ଜମୁ ଥିବାର ଦେଖିବାକୁ ମିଳିଛି।